?????

‘ପୁଲିସ ଯାହାକୁ ବାନ୍ଧିବା କଥା,ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଛି। ମମିତାକୁ ନ୍ୟାୟ ମିଳିବ କି?’

ଝାରସୁଗୁଡା: ମମିତା ମେହେର ପ୍ରସଙ୍ଗ ଥମିବା ପରିବର୍ତ୍ତେ ଜମିବାରେ ଲାଗିଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତି ରହିଛି ବୋଲି ବିରୋଧୀ ତାଙ୍କ ଇସ୍ତଫା ଦାବି କରି ଘେରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଗରମ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି କାର୍ଯ୍ୟକ୍ରମରେ ଗୋଟିଏ ମଂଚରେ ନବୀନଙ୍କ ସହ ବସିଥିଲେ ଦିବ୍ୟ । ଯାହାକୁ ନେଇ ମଙ୍ଗଳବାର ବିଜେପି ସଭାପତି ସମୀର ମହାନ୍ତି ଝାରୁସୁଗୁଡାରେ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଏଭଳି କରି ମୁଖ୍ୟମନ୍ତ୍ରୀ ସାଢେ ଚାରି କୋଟି ଓଡିଆଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଓଡିଆମାନେ ଏତେ ବୋକା ନୁହନ୍ତି ଠିକଣା ସମୟରେ ଜବାବ ଦେବେ ବୋଲି ସମୀର କହିଛନ୍ତି ।

ସେ କହିଛନ୍ତି, ଦିନ ଥିଲା କୌଣସି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସୁଥିଲା ଆଉ ଅଭିଯୋଗର ଟିକିଏ ସତ୍ୟତା ଆସୁଥିଲା ତାହେଲେ ସେହି ମନ୍ତ୍ରୀ ଇସ୍ତଫା ଦେଉଥିଲେ। କିନ୍ତୁୁ ଏବେ ନବୀନ ବଦଳିଯାଇଛନ୍ତି ତାଙ୍କ ଦଳର ନେତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆସିଥିଲେ ମଧ୍ୟ ସେ ଏବେ ତାଙ୍କୁ ସୁରକ୍ଷା ଦେଇ ଚାଲୁଛନ୍ତି ବୋଲି ସମୀର କହିଛନ୍ତି । ଏହି ସମୟରେ ସମୀର ରାଜ୍ୟର ପୂର୍ବରୁ ହୋଇଥିବା ନାରୀ ନିର୍ଯାତନା କଥା କହିଥିଲେ । ସେତେବେଳେ ତତ୍କାଳୀନ ସରକାର ଅଭିଯୁକ୍ତ ଶାସକ ଦଳର ନେତା ଏବଂ ସଂପର୍କୀୟ ହୋଇଥିବାରୁ ସୁରକ୍ଷା ଦେଇଥିଲେ । ପରିଣାମ ସ୍ୱରୂପ ସେହି ସରକାର ମାନଙ୍କର ପତନ ହୋଇଛି। ସେତେବେଳେ ବିରୋଧୀ ଆସନରେ ବସି ଅନେକ ତମ୍ବି ତୋଫାନ କରୁଥିବା ନେତା ଏବେ ମନ୍ତ୍ରୀ ଆସନରେ ବସିଛନ୍ତି ହେଲେ ନାରୀଙ୍କ ବିରୋଧରେ ହିଂସା ବଢୁଥିବା ବେଳେ ମୁହଁ କାହିଁକି ଖୋଲୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ପ୍ରତିଦିନ ୬ ଜଣ ଅପହରଣ ଓ ୪ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ସେହିପରି ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ଇତିଶ୍ରୀ, ବେବିନା, ପରୀ ଭଳି ଅନେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି; ଯେଉଁଥିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ରହିଛି। ଯେଉଁଥିପାଇଁ ଦୋଷୀଙ୍କୁ ଦଣ୍ଡ ମିଳି ପାରୁନାହିଁ ବୋଲି ସମୀର ମହାନ୍ତି କହିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ସେ କହୁଛନ୍ତି ପ୍ରମାଣ ଦେଉ ବିରୋଧୀ। ହେଲେ ଏହା ହାସ୍ୟସ୍ପଦ, ବିରୋଧୀ ତା ଭୂମିକା ଲିଭାଉଛି ହେଲେ ରାଜ୍ୟର ଶାସନ କଳ ଏବଂ ଆଇନର ଦାୟିତ୍ୱ ଦୋଷୀକୁ ଖୋଜିବା ସହିତ ପ୍ରମାଣ ସଂଗ୍ରହ କରିବା ବୋଲି ସମୀର କହିଛନ୍ତି।

Related Articles

Leave a Reply

Back to top button
error: Content is protected !!