ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଦୁଇ ଗିରଫ

0
55

ସମ୍ୱଲପୁର: କାମ ଦେଲାନି ଚାଲାକି। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ବେଳେ ଏନିସିବି ରେଡ୍ କରି ଜବତ କରିଛି। ଆନ୍ଧ୍ରପ୍ରଦେଶର ବିଜୟନଗରମର ସାଲୁରରୁ ରାଉରକେଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ସମ୍ୱଲପପୁର ସହରର ଅଇଁଠାପାଲି ଛକରୁ ଏହି ବେଆଇନ୍ ଗଞ୍ଜେଇ କାରବାରର ପର୍ଦ୍ଦାଫାଳ କରିଛି ଏନସିବି।

ତେଲ ଟ୍ୟାଙ୍କର ଭିତରୁ 850 କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ 60 ବର୍ଷୀୟ ରାମ ସାଗର ସିଂହ ଓ 28 ବର୍ଷୀୟ ସନ୍ତୋଷ ରାୟ। ଉଭୟଙ୍କ ଘର ପଶ୍ଚିମବଙ୍ଗ। ଏ ନେଇ ଏନସିବିର ଭୁବନେଶ୍ୱର ଜୋନ୍ ସୂଚନା ଦେଇଛି।