?????

ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ ହସ୍ପିଟାଲକୁ ଅନୁମତି

ଝାରସୁଗୁଡା: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ବେଶ ମାରାତ୍ମକ ହୋଇଛି। ଏହାକୁ ନଜରରେ ରଖି ଝାରସୁଗୁଡ଼ାରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ତିଆରି ହେବ। ଏହି ହସ୍ପିଟାଲରେ 100ଟି ବେଡ୍ ଏବଂ 20ଟି ଆଇସିୟୁ ରହିବ। ବନ୍ଧବାହାଲରେ ଏହି ହସ୍ପିଟାଲ ତିଆରି ହେବ। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

ଏହି ଦ୍ୱିତୀତ ହସ୍ପିଟାଲ ପାଇଁ କିନ୍ତୁ ମହାନଦୀ କୋଇଲଫିଲ୍ଡ ଲିମିଟେଡ୍ (ଏମସିଏଲ) ଫଣ୍ଡ ଯୋଗାଇବ। ହସ୍ପିଟାଲର ପରିଚାଳନା କରିବ ସମ୍ ହସ୍ପିଟାଲ୍।

ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, 20ଟି ଆଇସିୟୁ ବେଡ୍ ଓ 100ଟି ବେଡ୍ ମିଶି ମିଶାଇ 120 ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ ବନ୍ଧବାହାଲରେ ତିଆରି ହେବାକୁ ଯାଉଛି। ଝାରସୁଗୁଡା ଜିଲ୍ଲାପାଳ ହସ୍ପିଟାଲ ତିଆରି କରିବା ନେଇ ପ୍ରସ୍ତାବ ଦେବା ପରେ ରାଜ୍ୟ ସରକାର ଦ୍ୱିତୀୟ ହସ୍ପିଟାଲ ତିଆରି କରିବାକୁ ନିଷ୍ପତ୍ତି ନେଇଛି।  ନିକଟରେ ଜିଲ୍ଲାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ତିଆରି କରିବାକୁ ଅନେକ ନେତା ଦାବି କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଦାବି ଶୁଣିଛନ୍ତି। ଆଉ ଦ୍ୱିତୀୟ ହସ୍ପିଟାଲକୁ ଅନୁମୋଦନ ଦେଇଥିବାରୁ  ଝାରସୁଗୁଡାବାସୀଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମେ 10 ତାରିଖରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ତିଆରି କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ସଚିବ।

ସୂଚନାଯୋଗ୍ୟ, ଜିଲ୍ଲାରେ ଏମସିଏଲ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବନ୍ଧବାହାଲରେ ହସ୍ପିଟାଲ ତିଆରି କରିଛି। 50ଟି ବେଡକୁ ନେଇ ଏହି କୋଭିଡ୍ କେୟାର ଚାଲିଛି। ଏବେ କିନ୍ତୁ ରାଜ୍ୟ ସରକାର ଏହି କୋଭିଡ କେୟାରରେ ବେଡ୍ ସଂଖ୍ୟା ବଢ଼ାଇ ଦ୍ୱିତୀୟ କୋଭିଡ ହସ୍ପିଟାଲ ଭାବରେ ତିଆରି କରିଛନ୍ତି।

Related Articles

Leave a Reply

Back to top button
error: Content is protected !!