?????

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା, ଅଭିଯୋଗର ହେଲା ସମାଧାନ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି । ଏହା ଦ୍ୱାରା 28 ହଜାର 310 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।

ଗତ 11 ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରିଥିଲେ । ଏହି କମିଟିର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରାଯିବା ପରେ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇଛନ୍ତି ।

ସିବିଏସଇ ଦଶମ ଶ୍ରେଣୀ ଟର୍ମ-ୱାନ ପରୀକ୍ଷାର ଓଡିଆ ବିଷୟର 13ଟି ପ୍ରଶ୍ନ ଓ ଉତ୍ତରପତ୍ରରେ ତାଳମେଳ ନରହିବାରୁ ସଠିକ୍ ମାର୍କ ମିଳିନଥିବା ଅଭିଯୋଗ ହୋଇଥିଲା । ଚାରୋଟି ପ୍ରଶ୍ନରେ ବ୍ୟାକରଣଗତ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଥିଲା । ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ପାଇଁ କମ୍ ମାର୍କ ପାଇଥିବା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ବଢିବା ପରେ ହସ୍ତକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିବିଏସଇ ଏକ ବିଶେଷଜ୍ଞ କମିଟି ଗଠନ କରି ତାଙ୍କ ରିପୋର୍ଟ ଆଧାରରେ ଛାତ୍ରଛାତ୍ରୀଙ୍କୁ ଫୁଲ ମାର୍କ ଦେଇଛି ।

Related Articles

Leave a Reply

Back to top button
error: Content is protected !!