?????

ବିଜେଡି ବୈଠକ: ପ୍ରାର୍ଥୀ କେମିତି କରିବେ ପ୍ରଚାର, କଣ ରହିବ ଦଳର ରଣନୀତି?

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଳ ହୋଇସାରିଛି । ଏବେ ପ୍ରଚାର ଉପରେ ଗୁରୁତ୍ୱ ଦେଉଛନ୍ତି ରାଜନୈତିକ ଦଳ । କେମିତି ପ୍ରାର୍ଥୀ କରିବେ ପ୍ରଚାର, କେଉଁ ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବ ଦଳ, ସେହିପରି ବିରୋଧୀଙ୍କ ଅଭିଯୋଗରେ କେମିତି ଦିଆଯିବ ଜବାବ ? ଏହାକୁ ନେଇ ବିଜେଡି ଏକ ରୋଡ ମ୍ୟାପ ପ୍ରସ୍ତୁତ କରିଛି।

ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବ୍ରଜରାଜନଗର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗତକାଲି ହୋଇଥିବା ଏହି ବୈଠକରେ ଯୁବ ବିଜେଡି କାର୍ଯ୍ୟାଳୟରେ ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକକୁ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ପ୍ରଣବ ବଳବନ୍ତରାୟ ଅଧ୍ୟକ୍ଷତା କରିବା ଅବସରରେ ବ୍ରଜରାଜନଗର ଉପନିର୍ବାଚନରେ ବିଜୁ ଯୁବ ଛାତ୍ର ଜନତା ଦଳର ନିର୍ବାଚନୀ ରଣନୀତି ଏବଂ ପ୍ରତ୍ୟେକ କର୍ମୀଙ୍କ ଦାୟିତ୍ଵ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ବୈଠକରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଅତିଥି ଭାବେ ଯୋଗଦେଇ କହିଥିଲେ ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରି କିଶୋର ମହାନ୍ତିଙ୍କୁ ଯୁବ ବିଜେଡି ପ୍ରକୃତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବ।

Related Articles

Leave a Reply

Back to top button
error: Content is protected !!