?????

ଅବସର ନେଲେ ଜିଲ୍ଲାର ଏସପି ବିକାଶ ଦାଶ

ଝାରସୁଗୁଡା: ଶନିବାର ଥିଲା ଝାରସୁଗୁଡୀ ଏସପି ବିକାଶ ଚନ୍ଦ୍ର ଦାଶଙ୍କ ଚାକିରିକାଳର ଅନ୍ତିମ ଦିନ । ଏବେ ନୂଆ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ଗ୍ରହଣ କରିବେ । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଅପରାଧୀଙ୍କୁ ସାବାଡ କରିବାରେ ଏସପି ବିକାଶ ଦାଶଙ୍କର ଗୋଟିଏ ବଡ ଅବଦାନ ରହିଛି । ଖାଲି ନିଜ ବାଭାଗ ନୁହେଁ ଜିଲ୍ଲାରେ ସାହିତ୍ୟକୁ ନେଇ ବିଭିନ୍ନ ସମୟରେ ଆଲୋଚନା କରିବା ସହିତ କବି ଓ ଲେଖକଙ୍କୁ ଏକାଠି ରଖିବାରେ ବିକାଶ ଦାଶଙ୍କର ବଡ ଭୂମିକା ରହିଛି ।

ଝାରସୁଗୁଡା ଜିଲ୍ଲା ଶାନ୍ତି ପ୍ରିୟ ଅଞ୍ଚଳ । କିନ୍ତୁ ଏଠାରେ ଅନ୍ ଲାଇନ ଜୁଆ କାରବାର ସହିତ ଲଟେରୀ କରାବାର ରହିଛି । ଏହି ବେଆଇନ କାରବାରକୁ ରୋକିବାରେ ଏସପି ବିକାଶ ଦାଶ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତ ବର୍ଷ ଜାନୁଆରୀରେ ବିକାଶ ଦାଶ ଝାରସୁଗୁଡା ଏସପି ଭାବେ ଦାୟିତ୍ବ ସମ୍ଭାଳିଥିଲେ।

ଏବେ ନୂଆ ଏସପିଙ୍କୁ ଅନ୍ ଲାଇନ୍ ଜୁଆ କରାବର, ବେଆଇନ ମଦ କାରବାର ଏବଂ ଟ୍ରାଫିକ ଭଳି ସମସ୍ୟାକୁ ସମାଧାନ କରିବା ରହିବ ପ୍ରମୁଖ ଚ୍ୟାଲେଞ୍ଜ । ଅନ୍ୟପଟେ ଖୁବଶୀଘ୍ର ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ତାହା ମଧ୍ୟ ନୂଆ ଏସପିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ରହିବ।

Related Articles

Leave a Reply

Back to top button
error: Content is protected !!