?????

ପାର୍ଟ ଟାଇମ୍ ଚାକିରୀ ନାଁରେ ଠକେଇର ଶିକାର ହୁଅନ୍ତୁନି, ସତର୍କ କରାଇଲା ପୋଲିସ

ଭୁବନେଶ୍ୱର: ଇଣ୍ଟରନେଟ ପ୍ରତ୍ୟେକ କୋଣ ଅନୁକୋଣକୁ ସଂଯୋଗ କରୁଛି । ତେଣୁ ଗାଁ ହେଉ କି ବିଶ୍ୱ ଇଣ୍ଟରନେଟ ଥିଲେ ଗୋଟିଏ କ୍ଲିକରେ ସେହି ସ୍ଥାନର ଘଟଣା ଜାଣିହେବ। ତେଣୁ ଧୀରେ ଧୀରେ ଲୋକମାନେ ଇଂଟରନେଟ୍ ଉପରେ ଅଧିକ ନିର୍ଭରଶୀଳ ମଧ୍ୟ ହେଉଛନ୍ତି।

ଯାହାର ମନ୍ଦ ଉଦ୍ଦେଶ୍ୟ ରଖି ଏବେ କିଛି ଠକ ସକ୍ରିୟ ହୋଇଛନ୍ତି। ଯେଉଁମାନେ ଇଣ୍ଟରନେଟ୍ ମାଧ୍ୟମରେ ଚାକିରି ଦେବା ଆଳରେ ବିଭିନ୍ନ ଲୋଭନୀୟ ଅଫର ଦେଉଛନ୍ତି। ଏହାଦ୍ୱାରା ଠକେଇ କିମ୍ବା ସାଇବର ଅପରାଧ ବଢିବାରେ ଲାଗିଛି।  ନିକଟରେ ଓଡ଼ିଶା ପୋଲିସ ପକ୍ଷରୁ ପାର୍ଟ ଟାଇମ ଚାକିରି ଜାଲିଆତି ନେଇ ଆଡଭାଇଜରି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ହ୍ୟାକରଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ। ପାର୍ଟ ଟାଇମ୍ ଚାକିରିର ସୁଯୋଗ ଦେବେ ବୋଲି କହି ବିଭିନ୍ନ ମେସେଜ୍/ଇ-ମେଲ୍ ପଠାଇଥାନ୍ତି। ଏଭଳି ମେସେଜର ଜବାବ ଦିଅନ୍ତୁ ନାହିଁ କି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ପ୍ରକାର ଅନଲାଇନ ଠକେଇ ସମ୍ପର୍କରେ ସୂଚନା ଦେବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଜିଲ୍ଲାସ୍ତରରେ ଅନେକ ସଚେତନତା କାର୍ଯ୍ଯକ୍ରମ ଆରମ୍ଭ କରାଯାଉଛି।

Related Articles

Leave a Reply

Back to top button
error: Content is protected !!