?????

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଆରପିଏଫର ଯବାନ ରାଜେଶ କୁମାର ଯାଦବ ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଳାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମହିଳା ଜଣଙ୍କ ଟ୍ରେନରୁ ତଳକୁ ଖସି ପଡୁଥିଲେ। ଏହି ସମୟରେ ଆରପିଏଫ ଦେବଦୂତ ସାଜି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ରେଳ ଷ୍ଟେସନରେ ଥିବା ସିସିଟିଭି ଫୁଟେଜରୁ ଏହା ଜଣାପଡିଛି।

ରାତି ଗୋଟାଏ ବେଳେ ୨ ନମ୍ବର ପ୍ଲାଟ ଫର୍ମରୁ ହାଓ୍ୱଡା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା ବେଳେ ଜଣେ ମହିଳା ଟ୍ରେନରେ ଦୌଡ଼ି ଯାଇ ଚଢୁଥିବା ବେଳେ ଖସି ପଡିଥିଲେ। ଟ୍ରେନ ତଳକୁ ମହିଳା ଯିବା ପୂର୍ବରୁ ନିକଟରେ ଥିବା ଯବାନ ରାଜେଶ କୁମାର ଯାଦବ ମହିଳାଙ୍କୁ ଟାଣି ଆଣିଥିଲେ।

ମହିଳାଙ୍କ ନାମ ସୁଲତାନା ଖାଁ (୩୬) ଓ ତାଙ୍କ ଘର ଝାରସୁଗୁଡ଼ା ତେଲିଭଟା ଅଂଚଳର ବୋଲି ଆରପିଏଫ ସୂତ୍ରରୁ ଜଣା ପଡିଛି।

Related Articles

Leave a Reply

Back to top button
error: Content is protected !!