?????

ଆଜିଠାରୁ ମାଟ୍ରିକ ସମେଟିଭ୍ ୧ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ଏହି ପରୀକ୍ଷାରେ ରାଜ୍ୟର ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ସାମିଲ ହେବେ। ଏଥିପାଇଁ ୩ ହଜାର ୯୩ କେନ୍ଦ୍ର ବ୍ୟବସ୍ଥା ହୋଇଥିବା ବେଳେ ୩୧୧ଟି ନୋଡାଲ ସେଂଟରରେ ପ୍ରଶ୍ନ ପତ୍ର ପହଂଚି ସାରିଛି। ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନ ପତ୍ର। ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା। ସେହିପରି ୮ ତାରିଖରେ ହେବ ପ୍ରାକ୍ଟିକାଲ ପରୀକ୍ଷା।

ପରୀକ୍ଷା ସମୟରେ କରୋନା ନିୟମ ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା ହଲ ଭିତରେ ୨୪ ଜଣ ପରୀକ୍ଷାର୍ଥୀ ବସିବା ନେଇ ବ୍ୟବସ୍ଥା ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବାକୁ ନିୟମ ହୋଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମୋବାଇଲ ନେବାକୁ ମନା କରାଯାଇଛି।

Related Articles

Leave a Reply

Back to top button
error: Content is protected !!