ରଣଜୀ ଟ୍ରଫି ପାଇଁ 20 ଜଣିଆ ଦଳ ଘୋଷଣା: ଝାରସୁଗୁଡାର ତାରିଣୀ ସ ସାମିଲ୍

କଟକ: ରବିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ରଣଜୀ ଟ୍ରଫିରେ ରାଜ୍ୟ ପ୍ରତିନିଧିତ୍ୱ କରିବାକୁ 20 ଖେଳାଳିଙ୍କ ତାଲିକା ଘୋଷଣା କରିଛି।ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଖେଳାଯିବାକୁଥିବା ଏହି ରଣଜୀ ଦଳରେ ଯୁବ ତଥା ଅଭିଜ୍ଞ ଖେଳାଳିଙ୍କୁ ସାମିଲ କରାଯାଇଛି। ଯେଉଁଥିରେ ଝାରସୁଗୁଡାର ଖେଳାଳି ତାରିଣୀ ସ ରହିଛନ୍ତି ।
ପୂର୍ବତନ ରଣଜୀ ତାରକା ପ୍ରଭଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଚୟନ ସମିତି ବୈଠକରେ ଖେଳାଳିଙ୍କ ନା ଉପରେ ନିଷ୍ପତି ନିଆଯାଇଛି । କୋଚ ଓ୍ୱାସିମ ଜାଫର ଖେଳାଳିଙ୍କ ନାଁ ଘୋଷଣା କରିଥିଲେ। ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଭଞ୍ଜନ ଦଳ କହିିଛନ୍ତି ଏଥର ଓଡ଼ିଶା ରଣଜୀ ଦଳରେ ୫ ଜଣ ନୂଆମୁହଁଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଝାରସୁଗୁଡାର ତାରିଣୀ ସ ରହିଛନ୍ତି। ଅନ୍ୟମାନେ ହେଲେ ରାକେଶ ପଟ୍ଟନାୟକ, ଆଶିସ୍ ରୟ, ଅଂଶୁମାନ ରଥ, ପ୍ରଶାନ୍ତ ରାଣା।
ସମଗ୍ର ଦେଶରେ କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ଏହି ଟୁର୍ନାମେଣ୍ଟ ଦୁଇଥର ବାତିଲ ହୋଇଥିଲା। ଏବେ କିନ୍ତୁ ମହାମାରୀ ଶିଥିଳ ପଡିବା ପରେ ସ୍ଥିତିରେ ସୁଧାର ଆସୁଛି।
ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୂପର, ଜୟନ୍ତ ବେହେରା, ପପ୍ପୁ ରାଏ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରଣା, ଆଶିଷ ରାୟ, ତାରିଣୀ ସ’।
ଓଡ଼ିଶା ଖେଳାଳିମାନେ ଆସନ୍ତା ଗୁରୁବାର ଅହମଦାବାଦ ଅଭିମୁଖେ ଯାତ୍ରା କରିବେ। ବିସିସିଆଇ ଏ ପର୍ଯ୍ୟନ୍ତ ମ୍ୟାଚ୍ ସୂଚୀ ଦେଇ ନଥିବାରୁ ଏବେସୁଦ୍ଧା ଓଡ଼ିଶା ତାର ଅଭିଯାନ କେବେ ଆରମ୍ଭ କରିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଓସିଏ ସୂଚନା ଦେଇଛି ।