?????
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟିକା ଯୋଗାଇ ଦେବାକୁ ଚିଠି ଲେଖିଲେ ମନ୍ତ୍ରୀ ନବ ଦାସ
ଝାରସୁଗୁଡା: ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି କରୋନା ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖି ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର କହିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 12 ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଥମ ଡୋଜ ଭାବେ 8.14 କୋଟି ଏବଂ ଦ୍ୱିତୀୟ ଡୋଜ ଭାବେ 3.30 କୋଟି ଏବଂ 18 ବର୍ଷରୁ ଅଧିକ ବୟସର ନାଗରିକଙ୍କୁ 1.31 କୋଟି ଡୋଜ ଦିଆଯାଇଛି। ତେଣୁ ଜନସଂଖ୍ୟାର ମାତ୍ର 41%କୁ ଟିକା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୌଣସି ଟିକା ମହଜୁଦ ନାହିଁ। ବିଭିନ୍ନ ବର୍ଗର ନାଗରିକଙ୍କ ଚାହିଦାକୁ ଦୃଷ୍ଟିରେ ରଖି 3.9 କୋଟିରୁ 1.93 କୋଟି ଟିକା ଯୋଗାଇ ଦେବା ଆବଶ୍ୟକ ବୋଲି ଦାସ କହିଛନ୍ତି।