?????

ଦୁୂବାଇରେ ପାଳିତ ହେଲା ନୂଆଖାଇ

ଦୁବାଇ: ପଶ୍ଚିମ ଓଡ଼ିଶା ନୂଆଁଖାଇ କେବଳ ଗୋଟିଏ ସୀମିତ ଜାଗାରେ ପାଳନ ହୋଇନାହିଁ ବରଂ ଏହା ସାରା ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ପାଳିତ ହୋଇଯାଇଛି । ଆମେରିକା, ବ୍ରିଟେନ ପରେ ଏବେ ଦୁବାଇରେ ମଧ୍ୟ ଏହି ଗଣପର୍ବ ପାଳିତ ହୋଇଯାଇଛି। ଯଦିଓ ସାରା ବିଶ୍ୱ ଏବେ କରୋନାର ଆଁରେ ରହିଛି ହେଲେ ସାମିଜକ ଦୂରତା ସହିତ ଏହି ଗଣପର୍ବ ପାଳିତ ହୋଇଯାଇଛି।

ସେପ୍ଟେମ୍ବର 17ରେ ଦୁବାଇରେ ଏହି ଗଣପର୍ବ ଆୟୋଜିତ ହୋଇଥିଲା। ୟୁଏଇର ନୁଆଁଖାଇ ପରିବାର ଦ୍ୱାରା ଏହି ଭେଟଘାଟ ଆୟୋଜିତ ହୋଇଥିଲା। କରୋନା ନିୟମକୁ ଆଖି ଆଗରେ ରଖି ଏହି ମିଳନର ପର୍ବ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ପାରମ୍ପାରିକ ପୋଷାକ, ଖାଦ୍ୟ ଏବଂ ସଂଗୀତ ଏବଂ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ଏହି ଅବସରରେ। ଘରେ ରନ୍ଧା ହୋଇଥିବା ‘ଆମ୍ବିଲ୍’ ସମସ୍ତେ ଖାଇଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ନୂଆ ଶସ୍ୟ ମା ସମାଲେଶ୍ୱରୀଙ୍କୁ ପ୍ରଦାନ କରାଯାଇଥିଲା। ଇଭେଣ୍ଟର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ନୂଆ ଚାଉଳ। ଯାହାକୁ ଘରେ ତିଆରି କରିଲା ଭଳି ସମସ୍ତଙ୍କ ପାଇଁ ତିଆରି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତି ‘ନୁଆ ଚାଉଳ’ ଖାଇଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର ପ୍ରଖ୍ୟାତ ବ୍ୟକ୍ତିମାନେ ମଧ୍ୟ ଏହି ଅବସରରେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ଚେୟାରମ୍ୟାନ୍ କୁନା ତ୍ରିପାଠୀ, ସମ୍ବଲପୁରର ପୂର୍ବତନ ବିଧାୟକ ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବିଶିଷ୍ଟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଯୋଗ ଦେଇଥିଲେ।

Related Articles

Leave a Reply

Back to top button
error: Content is protected !!