?????

ଡେଲଟା ଭାରିଆଣ୍ଟ ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ: WHO

ନୂଆଦିଲ୍ଲୀ: କରୋନାରୁ ଆସିଛି କୋଭିଡ୍19। ଏହା ସମଗ୍ର ବିଶ୍ୱରେ ବ୍ୟାପି ସାରିଛି। ଏବେ କିନ୍ତୁ କୋଭିଡ19ରୁ ମ୍ୟୁଟେଣ୍ଟ ହୋଇ ବିକଶିତ ହୋଇଥିବା ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଭାରତରେ ଏହା ଏପ୍ରିଲ-ମେରେ ଘାତକ ସାଜିଥିଲା। ଯଦିଓ ଏବେ ଦୁର୍ବଳ ହୋଇଛି। କିନ୍ତୁ ଏହା ବିଶ୍ୱର 100ରୁ ଅଧିକ ଦେଶକୁ ବ୍ୟାପିଛି। ଏ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ହୁର ସୂଚନା ଅନୁଯାୟୀ ବ୍ରିଟେନରୁ ଚିହ୍ନଟ ହୋଇଥିବା ଆଲ୍‌ଫା ଭାରିଆଣ୍ଟ 170ରୁ ଅଧିକ ଦେଶରେ ଚିହ୍ନଟ ହୋଇଥିବା ବେଳେ ବେଟା 120, ଗାମ୍ମା 71 ଏବଂ ଡେଲ୍‌ଟା ୧୦୦ରୁ ଅଧିକ ଦେଶରେ ଚିହ୍ନଟ ହୋଇଛି।

ଭାରତ, ବ୍ରିଟେନ୍‌, ଆମେରିକା, ରୁଷ୍‌ ସମେତ ଅନେକ ରାଷ୍ଟ୍ରରେ ଏହି ଡେଲ୍‌ଟା ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହି ଭାରିଆଣ୍ଟ ଏବେ ଯେଉଁ ସବୁ ଦେଶରେ ଚିହ୍ନଟ ହୋଇଛନ୍ତି ସେହିଠାରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହାର ସଂକ୍ରମଣ କ୍ଷମତା ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ।

ଆଗାମୀ କିଛି ଦିନ ମଧ୍ୟରେ ଏହି ଭେରିଆଣ୍ଟ ସମସ୍ତ ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ‘ହୁ’ ପକ୍ଷରୁ ‌ଚେତାବନୀ ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ଟିକା ନେଇନଥିବା ଲୋକଙ୍କ ପାଇଁ ଏହା ଅଧିକ ଘାତକ।

Related Articles

Leave a Reply

Back to top button
error: Content is protected !!