?????

ସ୍କ୍ରାପିଂ ପଲିସିକୁ ବିରୋଧ: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଭେଇକିଲ୍ ସ୍କ୍ରାପିଂ ପଲିସିକୁ ବିରୋଧ କରି ସଂଘ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପାଦକ ଦେବେନ୍ଦ୍ର ସାହୁ ।

ଯାହାକୁ ସମର୍ଥନ କରିଛି କଟକ ଘରୋଇ ବସ୍ ମାଲିକ ସଂଘ । ପୂର୍ବରୁ ସଂଘ ପକ୍ଷରୁ ୨୦୨୨ ଡିସେମ୍ବରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇ ୮ ଦଫ ଦାବିପତ୍ର ଦିଆଯାଇଥିଲା । ଜାନୁଆରୀ ୭ ତାରିଖରେ ପରିବହନ ବିଭାଗ ସଚିବ ସଂଘର ୭ ଜଣିଆ ପ୍ରତିନିଧି ମଣ୍ଡଳଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ନିସ୍କର୍ସ ବାହାରି ନଥିଲା ।

 

Related Articles

Leave a Reply

Back to top button
error: Content is protected !!