?????

ଆଜି ଝାରସୁଗୁଡ଼ା ଗସ୍ତରେ ଆସିବେ ରାଜ୍ୟ ବିଧାନସଭା ଗୃହ ସବ୍ କମିଟି

ଝାରସୁଗୁଡ଼ା : ଆଜି (ଡିସେମ୍ବର 21) ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିବେ ରାଜ୍ୟ ବିଧାନସଭା ପରିବେଶ ସମ୍ପର୍କିତ ଗୃହ କମିଟିର ଉପ-ସମିତି-2। ଏହି କମିଟି ପରିବେଶ ସଂକ୍ରାନ୍ତୀୟ ରିପୋର୍ଟ ଅନୁଧ୍ୟାନ କରିବେ। ଯେମିତି କି ରାଇସ୍ ମିଲ୍, ଶିଳ୍ପ ସଂସ୍ଥା, କେନାଲ ଓ ଅନ୍ୟାନ୍ୟ ଜଳ ଉତ୍ସରୁ ନିର୍ଗତ ବର୍ଜ୍ୟଜଳର ପ୍ରଭାବ ଅନୁଧ୍ୟାନ କରାବ।

ଏହି କମିଟି ଜଳାଶୟ ଓ ଚାଷ ଜମି ଉପରେ ଦୂଷିତ ଜଳର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବ। ବିଧାୟକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ବ୍ରଜକିଶୋର ପ୍ରଧାନ, ନାଉରୀ ନାୟକ, ସୁବାସ ଚନ୍ଦ୍ର ବେହେରା, ଡ଼ଃ ସି. ଏସ୍. ରାଜନ ଏକ୍କା, ପ୍ରକାଶ ସୋରେନ, ଆଦିତ୍ୟ ମାଢି ପ୍ରମୁଖ ସଦସ୍ୟ ଅଛନ୍ତି।

ଏହି କମିଟି ଡିସେମ୍ବର 19ରୁ 21 ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିବ। ଏହାର ପ୍ରଭାବ ଅନୁଧ୍ୟାନ ପରେ ଝାରସୁଗୁଡ଼ାରେ ଜିଲ୍ଲାପାଳ, ବନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଳସମ୍ପଦ, ଖଣି ବିଭାଗର ଅଧିକାରୀ, ରାଇସ୍ ମିଲ୍ ଓ ଶିଳ୍ପ ପ୍ରତିନିଧିଙ୍କ ସହ ବୈଠକ କରାଯିବ।

Related Articles

Leave a Reply

Back to top button
error: Content is protected !!