ଜିଲ୍ଲାରେ ଶିଳ୍ପାୟନ ନେଇ ଡିଏମଏଫ କକ୍ଷରେ ବୈଠକ
ଝାରସୁଗୁଡା: ଶିଳ୍ପ ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ଵାବଧାନ କ୍ରମେ କ୍ଷୁଧା ମୁକ୍ତ ଓଡ଼ିଶାର ସ୍ଵପ୍ନକୁ ସାକାର କରାଯିବ। ଏହି ପ୍ରସଙ୍ଗରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଡିଏମଏଫ ସମ୍ମିଳନୀରେ ହୋଇଥିବା ଏହି ବୈଠକରେ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।
ବୈଠକରେ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ନବ କିଶୋର ଦାସ ଏବଂ ପ୍ରତାପ ଦେବ। ବୈଠକ ପରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ବିନା ଲୋକଙ୍କୁ ନେଇ ଶିଳ୍ପାୟନ ସ୍ୱପ୍ନ ପୂରଣ ହୋଇପାରିବନି। ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ଆତ୍ମନିର୍ଭର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଅନେକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ରଖିଛନ୍ତି।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଇଡୋକ ଏମଡି ଏବଂ ଶିଳ୍ପ ମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକରେ ହୋଇଛି। ଆମେ ଆତ୍ମନିର୍ଭର ହେବାକୁ ଚିନ୍ତା କରୁଛୁ। ପୂର୍ବ 15 ବର୍ଷର ଝାରସୁଗୁଡା ଏବଂ ଏବେର ଝାରସୁଗୁଡାରେ ଅନେକ ଅଭିବୃଦ୍ଧି ଘଟିଛି। ମାନ୍ୟୂବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାମ ହେବ।
ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବରଗଡ଼, ସୁନ୍ଦରଗଡ, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ଲଘୁ ଉଦ୍ୟୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟରେ କିଭଳି ଉଦ୍ୟୋଗକୁ ଅଗ୍ରାଧିକାର ଦିଆଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା।