?????

6 ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରୁ ଛଅ ନମ୍ୱର ମାମଲାରେ ଜାମିନ୍ ପାଇଥିଲେ। ଏହାପରେ ଶନିବାର ସେ ଝାରପଡା ଜେଲରୁ ମୁକ୍ତ ହୋଇଛନ୍ତି। ଡିସେମ୍ବର 3ରେ ବିଧାୟକଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା ଗ୍ରୁୁପରେ ଚାକିରି କରାଇ ଦେବା ନାଁରେ ଠକିଥିବା ଅଭିଯୋଗ ହୋଇଥିଲା।

ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ସେ 2 ଲକ୍ଷ ଟଙ୍କା ସହିତ 2 ଜଣ ଜାମିନଦାର ବଦଳରେ ଜେଲରୁ ମୁକୁଳିଛନ୍ତି। ତେବେ ସେ କୌଣସି ପ୍ରତିକ୍ରିୟା ଏ ସଂକ୍ରାନ୍ତରେ ମିଡିଆରେ ଦେଇପାରିବେ ନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ଜାମିନ ମଞ୍ଜୁର କରିବା ବେଳେ ସର୍ତ୍ତ ରଖିଛନ୍ତି।ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ଗଞ୍ଜାମ ଜିଲ୍ଲାର ଗୋପାଳପୁରର ବିଧାୟକ ପାଣିଗ୍ରାହୀଙ୍କୁ ଗତ ସପ୍ତାହରେ ବିଜେଡି ବହିଷ୍କୃତ କରିଥିଲା।

Related Articles

Leave a Reply

Back to top button
error: Content is protected !!