?????

ଜେଲରେ ରହି ଇଂଲିଶ ଶିଖିବେ କଏଦୀ

ଝାରସୁଗୁଡ଼ା: ଜେଲରେ ଚାରି କାନ୍ଥ ଭିତରେ ରହି କେବଳ କାମ କରିବେନି ବରଂ ଏଥର ପାଠ ବି ପଢିବେ । କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯାଇ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏ ନେଇ ଝାରସୁଗୁଡ଼ା ଜିଲ୍ଳା ଉପ-କାରାଗାରରେ ଆଜି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଜେଲରେ ଥିବା କଏଦୀଙ୍କୁ ଆତ୍ମନିର୍ଭର କରିବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଏପରି ହେଲେ ସେମାନଙ୍କର ଦକ୍ଷତା ବଢିବ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଡିଆଜି ଅନୁସୁୟା ଜେନା କହିଛନ୍ତି । ପ୍ରଶାସନର ଏପରି ନିଷ୍ପତି ଦେଖି କଏଦୀମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଜେଲ ଅନ୍ତେବାସୀଙ୍କ ପାଇଁ ସପ୍ତାହରେ ତିନିଦିନ ସ୍ପୋକେନ ଇଂଲିଶ କ୍ଲାସ ଏବଂ ତିନି ଦିନ କମ୍ପୁଟର କ୍ଲାସ ମଧ୍ୟ ପ୍ରଦାନ କରାଯାଉଛି । ଏହି ଅବସରରେ ଏଲଇଡି ବଲବ କିପରି ବାହାରୁ କଞ୍ଚାମାଲ ଆଣି ତିଆରି କରିହେବ ସେ ନେଇ ଏକ ଆସେମ୍ବଲିଂ ୟୁନିଟର ଉଦଘାଟନ ହୋଇଛି। ସେହିପରି ଡିଟରଜେଣ୍ଟ ପାଉଡର ତିଆରି ୟୁନିଟକୁ ଉଦଘାଟନ କରିଛନ୍ତି ଡିଆଇଜି ଅନୁସୁୟା ଜେନା ।

Related Articles

Leave a Reply

Back to top button
error: Content is protected !!