ଭାରତରେ ପାଦ ରଖିଲେ କରୋନା ପଳାଇବ: ଦୁଷ୍କର୍ମକାରୀ ନିତ୍ୟାନନ୍ଦ

0
238

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ ଦାବି କରିଛି ଯେ ସେ ଭାରତରେ ପାଦ ଦେବା ମାତ୍ରେ କରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। ସେ ଏକ ନୂଆ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ସେ ଏହି ଭିଡିଓରୁ ଶେଆର କରିଛନ୍ତି। ଏହି ଭିଡିଓରେ ଜଣେ ଶିଷ୍ୟ ନିତ୍ୟାନନ୍ଦଙ୍କୁ ପଚାରିଛନ୍ତି ଯେ କରୋନା କେବେ ଭାରତ ଛାଡିବ?

ଏହାର ଜବାବରେ ଦୁଷ୍କର୍ମକାରୀ ନିତ୍ୟାନନ୍ଦ କହିଛି ଯେ ଦେବୀ ଅମ୍ମାନ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରିଛନ୍ତି ଏବଂ ଯେତେବେଳେ ସେ ଭାରତ ମାଟିରେ ପାଦ ରଖିବ ସେତେବେଳେ ମହାମାରୀ ଭାରତ ଛାଡିବ।

2019 ମସିହାରୁ ନିତ୍ୟାନନ୍ଦ ଏକ୍ୟୁଏଡର ଉପକୂଳବର୍ତ୍ତୀ ଏକ ଦ୍ୱୀପରେ ଲୁଚି ରହିଛି। ଯୌନ ଶୋଷଣର ଅଭିଯୋଗ ପରେ ସେ ଭାରତ ଛାଡ଼ି ପଳାଇଛି। ସେବେଠାରୁ ସେ ମିଳିତ ଜାତିସଂଘରୁ ଦାବି କରିଆସୁଛି ଯେ କୌଳାଳକୁ ଏକ ପୃଥକ ଦେଶ ଘୋଷିତ କରାଯାଉ। ଏହାପୂର୍ବରୁ, କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସେ ଭାରତୀୟଙ୍କୁ କୌଳାଶ ଆସିବାକୁ ବାରଣ କରିଥିଲା। ଏକ ବିବୃତ୍ତିରେ ନିତ୍ୟାନନ୍ଦ କହିଥିଲା ଯେ ତାଙ୍କ ଭାରତୀୟ ଭକ୍ତମାନଙ୍କୁ ତାଙ୍କ ଦ୍ୱୀପ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ।