?????

ସରକାରଙ୍କ ବିରୋଧରେ ବର୍ଷିଲେ ସ୍ୱାବଲମ୍ବୀ କାରିଗର

ଭୁବନେଶ୍ୱର: ସରକାରଙ୍କ ବିରୋଧରେ ବର୍ଷିଲେ ସ୍ୱାବଲମ୍ବୀ କାରିଗର । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶକ୍ତି ପ୍ରଦର୍ଶନ କଲେ ଏସଇଏମ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ । ରାଜ୍ୟର ପ୍ରାୟ ୩ହଜାରରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାସିକ ଭତ୍ତା ପଞ୍ଚାୟତରୁ ବନ୍ଦ କରି ବ୍ଲକରୁ ପ୍ରାରମ୍ଭିକ ଚୁକ୍ତି ଭିତ୍ତିକ ଦରମା ବ୍ୟବସ୍ଥା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଛି ସଂଘ ।

ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନକୁ ଯାଇଥିଲେ ୫ ଜଣିଆ ପ୍ରତିନିଧି ଦଳ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ମହାସଂଘ ଚେତବାନୀ ଦେଇଛି। ତେବେ ସ୍ଥାୟୀ ଦରମା ସହ ୮ ଦଫା ଦାବୀ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ୩୯ ଦିନ ହେବ ରାଜଧାନୀରେ ଧାରଣା ଦେଇଛନ୍ତି ଗ୍ରାମୀଣ ଜଳଯୋଗାଣ କର୍ମଚାରୀ। ଅନ୍ୟପଟେ ଗାଁ ଗଣ୍ଡାରେ ପ୍ରଭାବିତ ହେଲାଣି ଜଳ ଯୋଗାଣ ସେବା।

Related Articles

Leave a Reply

Back to top button
error: Content is protected !!