?????

ବିଧାୟକ ଏବଂ ତାଙ୍କ ଭାବି ସମୁଦି କରୋନା ପିଜିଟିଭ୍

ଭୁବନେଶ୍ୱର: ଜେଲ୍ ଭିତରେ କରୋନା। ପୂର୍ବରୁ ଅଭିଯୋଗ ଆସୁଥିଲା ହେଲେ ଲୁଚାଇ ରଖୁଥିଲେ୍ ଏବେ କରୋନାର ବିସ୍ପୋରଣ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲରେ ହୋଇଛି। ଜେଲରେ 196ରୁ ଅଧିକ କଏଦୀଙ୍କର କରୋନା ପରୀକ୍ଷା ହୋଇଥିଲା। ହେଲେ ଟେଷ୍ଚ ପରେ 96 ଜଣ କରୋନା ପଜିଟିଭ୍ ବୋଲି ଜଣାପଡି।

ଏମାନଙ୍କ ମଧ୍ୟରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ। ଉଭୟଙ୍କୁ ଜେଲରେ ଆଇସୋଲେସନରେ ରଖାଯାଇଛି। ଅନ୍ୟ ସମସ୍ତ ଆକ୍ରାନ୍ତଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି।

Related Articles

Leave a Reply

Back to top button
error: Content is protected !!