ଏମିତି ପୁଅ କାହାକୁ ନମିଳୁ, ଅଣ୍ଡା ତରକାରୀ ପାଇଁ ମାକୁ ହତ୍ୟା !

0
134

ଝାରସୁଗୁଡା: ଜନ୍ମ କଲା ପୁଅ ସାଜିଲା ହତ୍ୟାକାରୀ । ଦାବି ମୁତାବକ ଅଣ୍ଡା ତରକାରୀ ନହେବାରୁ ମାକୁ ହତ୍ୟା କରିଛି ପୁଅ । ଏହି ଖବର ପଢିଲେ ଯେତିକି ନିଜକୁ ଅପ୍ରସ୍ତୁତ ଏବଂ ମନକୁ ଦୁଃଖ ଦେଉଛି ସେତିକି ଭାବନା କିନ୍ତୁ ଏହି ହତ୍ୟାକାରୀ ପୁଅର ମନକୁ ଆସିନଥିବ ବୋଧହୁଏ; ଯେତେବେଳେ ନିଶାରେ ଏହି ଯୁବକ ଜଣଙ୍କ ନିଜ ମାକୁ ଧାରୁଆ ଜିନିଷରେ ଆକ୍ରମଣ କରିଥିବ।

ସୋମବାର ବିଳମ୍ବିତ ରାତିରେ ଏପରି ଏକ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଝାରସୁଗୁଡାର ସଦର ଥାନାରେ ଏଭଳି ଏକ ନୃଶଂସ ଘଟଣା ଘଟିଛି। ମୃତକ ଜଣଙ୍କ 54 ବର୍ଷୀୟ କୁମୁଦୁନି ଭୋଇ ବୋଲି ଜଣାପଡିଛି। ସେହିପରି ହତ୍ୟାକାରୀ ଜଣଙ୍କ 27 ବର୍ଷୀୟ ରାଜେଶ ଭୋଇ ବୋଲି ଜଣାପଡିଛି। ଦିନ ମଜୁରିଆ ଭାବରେ ରାଜେଶ କାମ କରେ ।

ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ଅଭିଯୁକ୍ତ ରାଜେଶ ଭୋଇ ବଜାରରୁ ଅଣ୍ଡା କିଣି ଘରକୁ ଫେରିଥିଲା। ଏହି ସମୟରେ ସେ ମଦ୍ୟପାନ କରିଥିଲା। ଆଉ ତାର ମାକୁ କହିଥିଲା ଅଣ୍ଡା ତରକାରୀ କରିବା ପାଇଁ । କିନ୍ତୁ କୌଣସି କାରଣ ପାଇଁ ରାଜେଶର ମା ଅଣ୍ଡା ତରକାରୀ କରିବାକୁ ପ୍ରସ୍ତୁତ ନଥିଲେ । ଏହାପରେ ତାଙ୍କ ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ଏକ ଧାରୁଆ ଜିନିଷକୁ ଧରି ରାଗରେ ନିଜ ମାର ମୁଣ୍ଡରେ ବାଡେଇ ଦେଇଥିଲେ।

ଏହି ଘଟଣା ପରେ ପଡୋଶୀମାନେ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ସାଙ୍ଗରେ ସାଇଣ୍ଟିଫିକ ଟିମ୍ ମଧ୍ୟ ଯାଇଥିବା ସୂଚନା ରହିଛି। ଅଭିଯୋଗକାରୀଙ୍କ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତଦେହର ଶବ ବ୍ୟବଚ୍ଛେଦ କରାଇଛି। ଝାରସୁଗୁଡା ସଦର ଥାନା ଆଇଆଇସି ସୁଚିସମିତା ମହାନ୍ତି କହିଛନ୍ତି ଯେ ଆମେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛୁ।