?????

ହକିରେ ଭାରତକୁ ବ୍ରୋଞ୍ଚ: ବୁର୍ଜ ଖଲିଫା ସାମ୍ନାରେ ଓଡ଼ିଆ ପାଳିଲେ ବିଜୟ ଉତ୍ସବ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସିରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଛି। ଦୀର୍ଘ 41 ବର୍ଷ ପରେ ଅଲିମ୍ପିକ୍ସରେ ଭାରତର ଏହି ସଫଳତାକୁ ସମସ୍ତେ ସ୍ୱାଗତ କରିବା ସହିତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଓଡ଼ିଶାର ଦୁଇ ଖେଳାଳି ଏହି ପୁରୁଷ ହକି ଦଳରେ ସାମିଲ୍ ଥିବାରୁ ଓଡ଼ିଶାରେ ମଧ୍ୟ ଏହାର ଉତ୍ସାହ ରହିଛି।

ସେହିପରି ଦେଶ ବାହାରେ ଥିବା ପ୍ରବାସୀ ଓଡ଼ିଆ ସମେତ ଅନ୍ୟ ଭାଷାଭାଷିର ଲୋକେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଯାହାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେଉଛି। ଗୁରୁବାର ଭାରତ ବ୍ରୋ଼ଞ୍ଜ ଜିତି ଐତିହାସିକ ରେକର୍ଡ କରିଥିଲା। ଏହାପରେ ଦୁବାଇରେ ଥିବା ବୁର୍ଜ ଖଲିଫା ସାମ୍ନାରେ ହାତରେ ଜାତୀୟ ପତାକା ଧିରି ଭାରତୀୟ ମାନେ ଚକ୍ ଦେ ଇଣ୍ଡିଆ ନାରା ଦେଇଥିବା ଦେଖିବାକୁ ମିଳିଛି। ଏହି ସେଲିବ୍ରେସନ ବେଳେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ପ୍ରିୟଦର୍ଶୀ ପାଣିଗ୍ରାହୀ, ଦେବ ମିଶ୍ର, ଇମଦାଦ ମହମ୍ମଦ, ଅବନିକାନ୍ତ ପାତ୍ର, ବିନୟ ରଞ୍ଜନ ସ୍ୱାଇଁ, ଦୁତିବାନ ପରିଡା, ପୁଷ୍କର କୁମାର, ପ୍ରମଞ୍ଜନ ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Leave a Reply

Back to top button
error: Content is protected !!