?????

ଆଜିଠାରୁ ରାଜ୍ୟରେ ଭାରତ ସିରିଜ୍ ଗାଡ଼ି ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ ଚାକିରିଆଙ୍କ ବଦଳି ହେଲେ ଗାଡ଼ି ପଞ୍ଜିକରଣକୁ ବଦଳାଇଥାନ୍ତି। ଏଥିପାଇଁ ଆରଟିଓ ଅଫିସରେ ଅନେକ ଝିଞ୍ଜଟ ରହିଥାଏ। ହେଲେ ଏବେ ଏହି ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଭାରତ ସିରିଜ୍ ବା ବିଏଚ ସିରିଜ୍। ଏହି ସିରିଜ୍ ବୁଧବାର ପାଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି। ଏହି ପଞ୍ଜିକରଣ ମାଧ୍ୟମରେ ଗାଡି ମାଲିକା ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବେ ।

ଗାଡ଼ି କିଣୁଥିବା ଲୋକ ଏଣିକି ଭାରତ ସିରିଜ୍ ନମ୍ବର ନେଇପାରିବେ। ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ ରୁ ଅଧିକ ରାଜ୍ୟରେ ଅଫିସ୍ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ। ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପରିବହନ ୱେବସାଇଟ୍ ରେ ଫର୍ମ ୬୦ ଭରିବାକୁ ପଡିବ।

ସରକାରୀ କର୍ମଚାରୀ ନିଜର ଆଇଡି କାର୍ଡ ଦେଇ ଭାରତ ସିରିଜ୍‌ ପାଇଁ ଆବେଦନ କରିପାରିବେ। ଭାରତ ସିରିଜ୍ ନମ୍ବର ନେଲେ ଥରକୁ ୨ ବର୍ଷର ରୋଡ୍ ଟ୍ୟାକ୍ସ ଲାଗିବ । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି । ଯଦି ଗୋଟିଏ ଗାଡିର ମୁଲ୍ୟ ୧୦ଲକ୍ଷରୁ କମ୍ ତାହେଲେ ୮ ପ୍ରତିଶତ, ୧୦ ରୁ ୨୦ ଲକ୍ଷ ଟଙ୍କା ହେଇଥିଲେ ୧୦ ପ୍ରତିଶତ ଓ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମୁଲ୍ୟ ହେଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ । ବିଏଚ୍ ସିରିଜ୍ ନମ୍ବର କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ । ଆଶା କରାଯାଉଛି ଏହି ବ୍ୟବସ୍ଥା ଦ୍ୱାରା ବାରମ୍ବାର ବଦଳି ହେଉଥିବା ଲୋକ ଆଉ ପୂର୍ବପରି ହଇରାଣ ହେବେ ନାହିଁ।

Related Articles

Leave a Reply

Back to top button
error: Content is protected !!