?????
ଝାରସୁଗୁଡା ଲକ୍ଷ୍ମୀନାରାୟଣ କଲେଜର ପ୍ରିନସିପାଲ ହେଲେ ପ୍ରଫେସର ନରେନ୍ଦ୍ର ପଣ୍ଡା

ଝାରସୁଗୁଡା: ଗୁରୁବାର ପ୍ରଫେସର ନରେନ୍ଦ୍ର ପଣ୍ଡା ଝାରସୁଗୁଡା ଲକ୍ଷ୍ମୀନାରାୟଣ କଲେଜର ପ୍ରିନସିପାଲ ଭାବରେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଲେଫ୍ଟନେଣ୍ଟ ବିଭୁତି ଭୁଷଣ ଦାସ ଅବସର ନେଇଥିଲେ । ଏହାପରେ ସେ ତାଂକର ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ପ୍ରଫେସର ନରେନ୍ଦ୍ର ପଣ୍ଡା କହିଛନ୍ତି, ମୁଁ ଯେଉଁ କଲେଜରେ ଦିନ ଛାତ୍ର ଥିଲି ସେହି କଲେଜର ପ୍ରିନ୍ସିପାଲ ହେବାରେ ସୁଯୋଗ ପାଇଥିବାରୁ ଧନ୍ୟ ମନେ କରୁଛି । ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ସମସ୍ତଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିବି।