?????

ପୁଣିଥରେ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: ପୁଣିଥରେ 4 ଦିନିଆ ରିମାଣ୍ଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ। ଆଜି ରିମାଣ୍ଡ ଶେଷ ହେବା ପରେ ପୁଣିଥରେ ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି। ପ୍ରଥମ 4 ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ଆଜି ସ୍ଥାନୀୟ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ 4 ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି।

ଅଭିଯୁକ୍ତଙ୍କ ସୂଚନା ଆଧାରରେ ଉଦ୍ଧାର ହୋଇଥିବା 22 ଖଣ୍ଡ କାଗଜ ଖଣ୍ଡକୁ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଅଭିଯୁକ୍ତ ଗୋପାଳ କୃଷ୍ଣଙ୍କ ଫରେନସିକ୍ ସାଇକୋଲୋଜିକାଲ ଆସେସ୍ମେଣ୍ଟ ଓ ଏଲଭିଏ ଟେଷ୍ଟ ଦିଲ୍ଲୀର ସିଏଫ୍ଏସ୍ଏଲ୍ ଟିମ୍ ଝାରସୁଗୁଡ଼ାରେ କରୁଛି। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି।

ଅନ୍ୟପଟେ ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଅଭିଯୁକ୍ତଙ୍କ ପୈତୃକ ଘର ଏବଂ ଝାରସୁଗୁଡ଼ାରେ ଥିବା ସରକାରୀ କ୍ୱାର୍ଟରରୁ ମିଳିଥିବା କାଗଜପତ୍ର ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କ ପତ୍ନୀ, ଭାଇ ଓ ଅନ୍ୟ ନିକଟ ସମ୍ପର୍କୀୟଙ୍କ ଆର୍ଥିକ ନେଣଦେଣ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍।

 

Related Articles

Leave a Reply

Back to top button
error: Content is protected !!