?????

‘ହେଲିକପ୍ଟର ବୁଲାଅ….ଆହତ ଯବାନଙ୍କୁ ନେଇ ସିଧା ଚାଲ ରାଜଧାନୀ’

ଭୁବନେଶ୍ୱର: ଦୁଇ ଜିଲ୍ଲା ଗସ୍ତରେ ଥିବା ବେଳେ ପୋଲିସ ଡିଜି ଅଭୟଙ୍କ କାନରେ ପଡ଼ିଥିଲା ନକ୍ସଲ ସହ ଗୁଳି ବିନିମୟ ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆଉ ସଙ୍ଗେସଙ୍ଗେ ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯବାନଙ୍କୁ ନେଇ ସିଧା ରାଜଧାନୀ ଯିବାକୁ। ଓଡିଶା ପୋଲିସର ସୂଚନାନୁସାରେ, ଡିଜିପି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନିଜ ବିଭାଗର ସମୀକ୍ଷା କରିଥିଲେ। ଏହି ସମୟରେ ସେ ସୁନାବେଡା ଠାରେ ପହଞ୍ଚିବା ପରେ ଦୁଇଜଣ ଏସ୍ଓଜି କମାଣ୍ଡୋ ଗୁଳିବିନିମରେ ଆହତ ହୋଇଥିବା ଖବର ପାଇଥିଲେ। ପରେ ସେ ସଙ୍ଗେ ସଙ୍ଗେ କାର୍ଯ୍ୟସୂଚୀ ବଦଳାଇ କମାଣ୍ଡୋଙ୍କୁ ଧରି ରାଜଧାନୀ ଆଣିଥିଲେ। ଏବେ ଦୁଇ ଆହତ ଯବାନ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଛନ୍ତି।

ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ ଏହି ଅଞ୍ଚଳରେ ଅପରେସନ ଜୋରଦାର କରାଯାଇଛି।

ଡିଜିପି ଅଭୟ କହିଛନ୍ତି ଯେ ଆଜି ସକାଳେ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନରେ ଯାଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ ମାଓବାଦୀ। ପରେ ଗୁଳିବିନିମୟ ବେଳେ ଆହତ ହୋଇଛନ୍ତି ଯବାନ। ନକ୍ସଲ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି। ସେ କହିଛନ୍ତି ମୁଁ ବିଏସଏଫ ଏବଂ ସେମାନଙ୍କ ପାଇଲଟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ଡିଜିପି କହିଥିଲେ ବାୟୁସେନାର ହେଲିକପ୍ଟର ଖରାପ ପାଗ ପାଇଁ ଆସିପାରିବ ନାହିଁ ବୋଲି ଜଣାପଡ଼ିଥିଲା। କିନ୍ତୁ ବିଏସ୍ଏଫ୍ ପାଇଲଟ୍ ତୁରନ୍ତ ଏକ ବିକଳ୍ପ ମାର୍ଗ ଦେଇ ପାଦେଲପଡ଼ାରେ ଅବତରଣ କରିଥିଲା। ପରେ ଆହତ ଯବାନମାନଙ୍କୁ ସଫଳତାର ସହ ବିମାନରେ ଉଡ଼ାଇଥିଲେ। ଏହି ସମୟରେ ଦୁଇ ଡାକ୍ତରଙ୍କୁ ସାଙ୍ଗରେ ଆଣିଥିଲେ। ଯେଉଁମାନେ କି ସ୍ଥାନୀୟ ହସ୍ପି଼ଟାଲର ଡାକ୍ତର। ସେମାନେ ଡ୍ରେସ ଚେଞ୍ଜ କରି ବସିଥିଲେ। ହେଲେ ଖବର ପାଇବା ପରେ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି।

Related Articles

Leave a Reply

Back to top button
error: Content is protected !!