ପାର୍ବଣ ବେଳେ ଭିଡ ହ୍ରାସ କରିବା ଉପରେ ଜୋର ଦେବ ପ୍ରଶାସନ

ଭୁବନେଶ୍ୱର: ପାର୍ବଣ ବେଳେ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଭିଡ଼ ଉପରେ ନହୁଏ ତାଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ। ତେଣୁ ଅଗଷ୍ଟ 3ର ଗାଇଡ ଲାଇନ ଅନୁଯାୟୀ କରୋନା ନିୟମ କଡାକଡି ଭାବରେ ପାଳନ କରିବାକୁ ଗୃହ ବିଭାଗ ଗୁରୁତ୍ୱ ଦେଇଛି । ମୁଖ୍ୟତଃ ପାର୍ବଣ ବେଳେ ସପିଂ କରିବା ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ। ଯଦିଓ ଏବେ କଟକ ଏବଂ ଭୁବନେଶ୍ୱରରେ ସଂକ୍ରମଣ କମ୍ ରହିଛି ହେଲେ ଏହି ସ୍ଥାନ ଏବଂ ଜିଲ୍ଲା ଗୁଡିକରେ ଥିବା ସହରାଂଚଳରେ ଭିଡ ନକରିବା ଉପରେ ଗୃହ ବିଭାଗ ଗୁରୁତ୍ୱ ଦେବ।
ଆଉ ଯେଉଁଠି ସଂକ୍ରମଣ ବଢ଼ିବ ସେଠି ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ ଲାଗୁ କରିବ ପ୍ରଶାସନ। ଏବେ ଦୈନିକ ଟେଷ୍ଟିଂ 60 ରୁ 70 ହଜାର କରାଯାଉଛି । ଆଗକୁ ମଧ୍ୟ ଏପରି ଟେଷ୍ଟିଂ ଜାରି ରହିବ । କଟକ ଓ ଭୁବନେଶ୍ୱର ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଏଠିକାର ଲୋକେ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରେଇଛନ୍ତି ତେଣୁ ଏହାକୁ ଗୁରୁତ୍ୱ ଦେଉଛୁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
“ପୂଜା ସହିତ ଲୋକଙ୍କ ଭାବପ୍ରବଣତା ରହିଛି। ବହୁ ସଂଖ୍ୟାର ଲୋକେ ବଜାର ବୁଲିବାକୁ ଆସିବା ସ୍ୱାଭାବିକ। ହେଲେ ଲୋକଙ୍କର ଭିଡ ଯଦି ଜମିବ ତାହେଲେ କରୋନା ମହାମାରୀରେ ବଢ଼ିବାର ସମ୍ଭାବନା ରହିଛି ବୋଲି ଏହି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ହେଲେ ପ୍ରଶାସନ ସବୁୂବେଳେ ଜଗିବା ବି ସମ୍ଭବ ନୁହେଁ । ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ ଘର ଭିତରେ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ।”