?????

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ଓ଼ଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ ଘଟିଛି । ଚିିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏହାପରେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ହେମାନନ୍ଦ ବିଶ୍ୱାଳ ରାଜ୍ୟରେ ୧୨ ତମ ମୁଖ୍ୟମନ୍ତ୍ରୀ ଥିଲେ । ଲାଇକେରା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଏହି ଆସନରେ ବସିିଥିଲେ । ୧୯୮୯ ମସିହା ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଉ ୧୯୯୦ ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ୮୮ ଦିନ ପାଇଁ ସେ ଏହି ଆସନରେ ବସିବାର ସୌଭାଗ୍ୟ ପାଇଥିଲେ । ଏହାପରେ ସେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ଯାଏ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।

ହେମାନନ୍ଦ ବିଶ୍ୱାଳ ଝାରସୁଗୁଡା ଜିଲ୍ଲାର ଠାକୁରପଡା ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ଉର୍ମିଳା ବିଶ୍ୱାଳଙ୍କୁ ବିିବାହ କରିଥିଲେ । ତାଙ୍କର ୫ ଜଣ ଝିଅ ଥିଲେ । ବଡ ଝିଅ ଗତବର୍ଷ ଏପ୍ରିଲରେ ପ୍ରାଣ ହରାଇଥିଲେ ।

୧୯୬୭-୭୧ରେ ହେମାନନ୍ଦ ବିଶ୍ୱାଳ କିରମିରା ପଂଚାୟତ ସମିତିର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୭୪ରୁ ୭୭ ଏବଂ ୧୯୮୦ରୁ ୨୦୦୪ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମୋଟ୍ ୬ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୮୯ରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପୂର୍ବରୁ ୧୯୮୫-୮୬ କଂଗ୍ରେସ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ୧୯୮୯-୯୦ରେ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ସେହିପରି ୨୦୦୯ରେ ହେମାନନ୍ଦ ସୁନ୍ଦରଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!