?????

ବଜେଟକୁ ଲୋକାଭିିମୁଖୀ ଏବଂ ପ୍ରଗତିଶୀଳ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶତାବ୍ଦୀର ବିପର୍ଯ୍ୟୟ ମଧ୍ୟରେ ଚଳିତ ବର୍ଷର ବଜେଟ୍ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସହିତ ଆସିଛି । ଅର୍ଥନୀତିକୁ ଶକ୍ତି ଯୋଗାଇବା ସହିତ ସାଧାରଣ ଲୋକଙ୍କ ପାଇଁ ଏହି ବଜେଟ୍ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବା ପରେ ତାଙ୍କ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକ ଭିତ୍ତିଭୂମି, ଅଧିକ ପୁଞ୍ଜି ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତି ପାଇଁ ବଜେଟରେ ସୁଯୋଗ ରହିଛି । ଏହା ନୂତନ ନିଯୁକ୍ତି କ୍ଷେତ୍ରକୁ ଆହୁରି ବ୍ୟାପକ କରିବ । ଏହି ବଜେଟ୍ କେବଳ ସମସାମୟିକ ସମସ୍ୟାର ସମାଧାନ ନୁହେଁ ବରଂ ଯୁବପୀଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ମଧ୍ୟ ସୁନିଶ୍ଚିତ କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ପାଇଁ ଡ୍ରୋନ୍‌, ବନ୍ଦେ ଭାରତ ଟ୍ରେନ୍‌, ଡିଜିଟାଲ୍ ମୁଦ୍ରା, ୫ ଜି ସେବା, ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ପଦକ୍ଷେପ ମାଧ୍ୟମରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଧୁନିକତା ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଆମର ଗବେଷଣା ଆମର ଯୁବକ, ମଧ୍ୟବିତ୍ତ, ଗରିବ, ଦଳିତ ଏବଂ ପଛୁଆ ଶ୍ରେଣୀଗୁଡିକ ପାଇଁ ବ୍ୟାପକ ଲାଭଦାୟକ ହେବ ।

ଏହି ବଜେଟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗରିବଙ୍କ କଲ୍ୟାଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ଗରିବ ପରିବାର ପାଇଁ ପକ୍କା ଘର, ଶୌଚାଳୟ, ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ଏବଂ ଗ୍ୟାସ୍ ସଂଯୋଗ ସୁନିଶ୍ଚିତ କରିବାକୁ ବଜେଟରେ ଲକ୍ଷ୍ୟ ରହିଛି । ସେହି ସମୟରେ ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ହିମାଚଳ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବ ଭଳି ଅଞ୍ଚଳ ପାଇଁ “ପର୍ବତମାଳା” ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ପାହାଡିଆ ଅଞ୍ଚଳରେ ଆଧୁନିକ ପରିବହନ ବ୍ୟବସ୍ଥା ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକ୍ଷ ଲକ୍ଷ ଭାରତୀୟଙ୍କ ବିଶ୍ୱାସର କେନ୍ଦ୍ର ହୋଇଥିବା ଗଙ୍ଗା ସଫା କରିବା ସହିତ ସରକାର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପାଞ୍ଚଟି ରାଜ୍ୟରେ ନଦୀ କୂଳରେ ପ୍ରାକୃତିକ ଚାଷକୁ ଉତ୍ସାହିତ କରିବେ । ଏହା କୃଷକଙ୍କ  କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ଗଙ୍ଗାକୁ ରସାୟନିକ ମୁକ୍ତ କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

କୃଷିକୁ ଲାଭଜନକ ଏବଂ ନୂତନ ସୁଯୋଗରେ ପରିପୂର୍ଣ୍ଣ କରିବା ପାଇଁ ବଜେଟର ବ୍ୟବସ୍ଥା ରହିଛି । ନୂତନ କୃଷି ଷ୍ଟାର୍ଟଅପ୍ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ପ୍ୟାକେଜ୍ ଲାଗି ସ୍ୱତନ୍ତ୍ର ପାଣ୍ଠି ପରି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମଏସପି କ୍ରୟ ଜରିଆରେ କୃଷକଙ୍କ ଆକାଉଣ୍ଟକୁ ୨.୨୫ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର ହେଉଛି ।

ଋଣ ଗ୍ୟାରେଣ୍ଟିରେ ରେକର୍ଡ ବୃଦ୍ଧି ସହିତ ବଜେଟରେ ଅନେକ ଯୋଜନା ଘୋଷଣା କରାଯାଇଛି । ଘରୋଇ ଶିଳ୍ପ ପାଇଁ ପ୍ରତିରକ୍ଷା ପୁଞ୍ଜି ବଜେଟର ୬୮ ପ୍ରତିଶତ ସଂରକ୍ଷଣ ଦ୍ୱାରା ଭାରତର ଏମଏସଏମଇ କ୍ଷେତ୍ର ବହୁ ଲାଭବାନ ହେବ ।  ୭.୫ ଲକ୍ଷ କୋଟି ଟଙ୍କାର ସାଧାରଣ ପୁଞ୍ଜି ବିନିଯୋଗ ଅର୍ଥବ୍ୟବସ୍ଥାକୁ ନୂଆ ପ୍ରୋତ୍ସାହନ ଦେବ ଏବଂ କ୍ଷୁଦ୍ର ଏବଂ ଅନ୍ୟାନ୍ୟ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

Related Articles

Leave a Reply

Back to top button
error: Content is protected !!