?????

ଦୃତ ଗତିରେ ଯାଉଥିଲେ ଟ୍ରାକ କରିହେବ, ବିପଦରେ ଥିଲେ ସୂଚନା ଦେଇପାରିବେ: ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ ନିୟମ

ଭୁବନେଶ୍ୱର: ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବାକୁ ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଚେମ୍ବର ୧୯ରେ ଏ ନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ବିଭାଗୀୟ ଅଧିକାରୀ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ନୂଆ ବର୍ଷ ଅର୍ଥାତ ୨୦୨୩ ବେଳକୁ ଗାଡି କିଣିବା ବେଳେ ଯେଉଁ ପଞ୍ଜିକରଣ ହେଉଛି ସେହି ସମୟରେ ଏହି ଟ୍ରାକିଂ ଡିଭାଇସ ବା ଯନ୍ତ୍ର ଲଗାଇବାକୁ ବାଧ୍ଯତାମୂଳକ କରିଛନ୍ତି। ଆଉ ଯେଉଁମାନେ ୨୦୨୩ ପୂର୍ବରୁ ଗାଡି କିଣିଥିବେ ସେମାନେ ମାର୍ଟ୍ଟ ୩୧. ୨୦୨୩ ସୁଦ୍ଧା ଲଗାଇବେ ବୋଲି ଚିଠିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର।

ଏହି ଡିଭାଇସରେ ଏକ ପ୍ୟାନିକ୍ ବଟନ୍ ରହିଛି ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କରିପାରିବେ ବା ଚିପିଲେ ସିଧାସଳଖ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ସୂଚନା ଯିବ ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ। ଏହି ଗ୍ୟାଜେଟ୍ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ । ଯାହା ଫଳରେ ଚାଳକଙ୍କ ଗାଡି ଚଳାଇବା ଉପରେ ନଜର ରଖିହେବ । ଯେପରିକି ଦ୍ରୁତ ଗତି, ବ୍ରେକିଂ, ନାଇଟ୍ ଡ୍ରାଇଭିଂ, ମଦ ପିଇ ଗାଡି ଚଳାଇବା ଇତ୍ୟାଦି।

ସେହିପରି ଭେଇକିଲ ଲୋକେସନ ଟ୍ରାକିଂ (VLT) ଉପକରଣ ଗାଡି ଗୁଡିକରେ ଲାଗିବା ପରେ ଏହି ଯାନକୁ ରାଜ୍ୟ ସରକାର ଟ୍ରାକିଂ କରିପାରିବେ। ପ୍ରତ୍ୟେକ ରାଜ୍ୟ ଏକ ଅପରେସନ୍ ସେଣ୍ଟର ସ୍ଥାପନ କରିବେ । ଯେତେବେଳେ ପ୍ୟାନିକ୍ ବଟନର ସୂଚନା ଆସିବ ସେତେବେଳେ ସଂପୃକ୍ତ ଅପରେସନ୍ ସେଣ୍ଟର ଆବଶ୍ୟକ ପଦକ୍ଷେପ ନେବ।

ମହିଳା, ଛାତ୍ର ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା, ଜରୁରୀକାଳୀନ ପରିସ୍ଥିତି ଏବଂ ଚିକିତ୍ସା ଆବଶ୍ୟକତା ଦିଗରେ ଏହା ସହାୟକ ହେବାକୁ ଯାଉଥି। ଏକାକୀ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହି ଡିଭାଇସ ପାଇଁ ସୁରକ୍ଷିତ ଯାତ୍ରା କରିପାରିବେ। ଦୁର୍ଘଟଣା ଘଟିଲେ, ଜରୁରୀକାଳୀନ ସେବାକୁ ଡାକିବାକୁ ଏବଂ ଫୋନରେ ସେମାନଙ୍କୁ ସ୍ଥାନ ବୁଝାଇବା ପରିବର୍ତ୍ତେ ବଟନ ଚିପି ଅପଡେଟ ସୂଚନା ଦେଇପାରିବେ। ଉଲ୍ଲେଖଯୋଗ୍ୟ, ୨୦୧୮ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ, ୧୯୮୯ ଅଧୀନରେ ଆସୁଥିବା ସମସ୍ତ ସର୍ବସାଧାରଣ ପରିବହନ ଯାନ ପାଇଁ ଏହି ନିୟମ ଲାଗୁ ହେବ। ହେଲେ ଅଟୋ ରିକ୍ସା ଏବଂ ଇ-ରିକ୍ସା ଏଥିରେ ଯୋଡି ହେବେ ନାହିଁ।

Related Articles

Leave a Reply

Back to top button
error: Content is protected !!