?????

କାଏମ ରହିଲା 2179 ଜଣଙ୍କ ପ୍ରାର୍ଥୀପତ୍ର, ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ

ଝାରସୁଗୁଡା: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏବେ ଆଉ ପାଦେ ପ୍ରସ୍ତୁତି ଆଗେଇଛି । ଏ ନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡିଏମଏଫ ହଲରେ ଏକ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା ।

ବୈଠକ ପୂର୍ବରୁ କାଏମ ରହିିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଜିଲ୍ଲାରେ ମୋଟ୍ 2238 ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ 2179 ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ତେବେ ଚୂଡାନ୍ତ ପ୍ରାର୍ଥୀ ତାଲିକା ମଙ୍ଗଳବାର ପ୍ରକାଶ ପାଇବ ।

ଡିଏମଏଫ ହଲରେ ବସିଥିବା ବୈଠକରେ ଜିଲ୍ଲାପାଳ ସମ୍ବେଦନଶୀଳ ବୁଥ ବାବଦରେ ଆଲୋଚନା କରିଥିଲେ । ସମ୍ବେଦନଶୀଳ ଅର୍ଥାତ୍ ରାଜନୀତିକ ବିବାଦ ଅଧିକ ରହିଥିବା ବୁଥ । କୋଭିଡ କଟକଣା ଭିତରେ ନିର୍ବାଚନ ପ୍ରଚାର, ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ଘର କୁ ମାତ୍ର ପାଞ୍ଚ ଜଣ ଯାଇପାରିବେ । ସେହିପରି ମିଟିଂ ଏବଂ ରାଲି ଉପରେ ରୋକ୍ ଲଗାଇବାକୁ ନିୟମ କଡାକଡି କରିଛି ପ୍ରଶାସନ । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଝାରସୁଗୁଡା ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଏସପି ବିକାଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ପଂଚାୟତ ନିର୍ବାଚନରେ ଜିଲ୍ଲାର 936ଟି ବୁଥରେ ମତଦାନ ହେବ । ଏହି ବୁଥ ଗୁଡିକ ମଧ୍ୟରୁ 25ଟି ହାଇପର ସେନସିଟିଭ, 152ଟି ସେନସିଟିଭି ଏବଂ 759ଟି ସାଧାରଣ ବୁଥ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related Articles

Leave a Reply

Back to top button
error: Content is protected !!