?????

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସରୁ 22 ଜଣଙ୍କୁ କରୋନା, ତିନି ଦିନ ଅଫିସ ବନ୍ଦ

ଝାରସୁଗୁଡା: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ (ଡିଆରଡିଏ)ରେ 22 କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଏପରି ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଫିସକୁ ତିନି ଦିନ ପାଇଁ ବନ୍ଦ କରି ଦେଇଛି।

ଜିଲ୍ଲାପାଳ ସରୋଜ କୁମାର ବେହେରା ଏ ନେଇ ସୂଚନା ଦେଇ କହିଛନ୍ତି, ଡିଆରଡିଏ ଅଫିସର 22 ସଂକ୍ରମିତଙ୍କ ମଧ୍ୟରୁ ଜଣେ ବେଦାନ୍ତ କ୍ୟାମ୍ପସରେ ରୁହନ୍ତି। ଏବେ ସଂପୃକ୍ତ ଅଂଚଳରେ କରୋନାରେ ଅନେକ ସଂକ୍ରମିତ ହୋଇଛନ୍ତି। ଏହାପରେ ବେଦାନ୍ତ କ୍ୟାମ୍ପସ ଅଂଚଳକୁ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇଛି। ତେଣୁ କରୋନାର ଭୟାବହତାକୁ ଦେଖି ଡିଆରଡିଏ ଅଫିସକୁ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ଅଫିସରେ ଯେଉଁମାନେ ସୁସ୍ଥ ରହିଛନ୍ତି ସେମାନେ ଜିଲ୍ଲାପାଳ ଅଫିସରେ ଆସି କାମ କରିବେ ।

ସେ ଆହୁରି କହିଛନ୍ତି, ଆମ ଜିଲ୍ଲା ଅନେକ ମେଟ୍ରା ସହର ସହିତ ସଂଯୋଗ ରହିଛି। କୋଲକାତାକୁ ଝାରସୁଗୁଡାରୁ ବିମାନ ଏବଂ ଟ୍ରେନ ଚଳାଚଳ ରହିଛି। ଅନ୍ୟପଟେ କଳକାରଖାନା ଚାଲୁ ରହିଛି । ତେଣୁ ସମସ୍ତେ ଯା ଆସ କରୁଛନ୍ତି । ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଡାପଦକ୍ଷେପ ନେଉଛି।

ଗୁରୁବାର ପାଖରୁ ନୂଆଦିଲ୍ଲୀ, କୋଲକାତା ଆଦି ସହରରୁ ଆସୁଥିବା ଆଗନ୍ତୁକଙ୍କ ଯାତାୟତ ହିଷ୍ଟ୍ରି ସଂଗ୍ରହ କରାଯାଉଛି। ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେଉଛି। ଜିଲ୍ଲା ଗୁଡିକରେ ନିୟମ କଡାକଡି କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାରେ ଗତ 24 ଘଂଟାରେ 106 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 288 ହୋଇଛି।

Related Articles

Leave a Reply

Back to top button
error: Content is protected !!