?????
ଏହି ସ୍ଥାନରେ ଲକଡାଉନ୍ ଆଉ ଦୁଇ ସପ୍ତାହ ବଢ଼ାଇବା ଦରକାର କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ ପଜିଟିଭ ହାର ଅଧିକ ଥିବା ଜିଲ୍ଲାମାନଙ୍କରେ ଲକଡାଉନ ନିୟମ କୋହଳ ହେବା ଠିକ୍ ହେବନି। ଆଉ ଦୁଇ ସପ୍ତାହ ସେହି ସ୍ଥାନରେ ଲକଡାଉନ ଏବଂ ଶଟଡାଉନ ନିୟମକୁ ବଢ଼ଯାଇ କରୋନାକୁ ନିୟନ୍ତ୍ରଣ କରିବା ଠିକ୍ ହେବ। ରାଜ୍ୟ ସରକାର କୋଭିଡ ପାଇଁ ଲାଗୁ କରିଥିବା ଲକଡାଉନ୍ ଏବଂ ଶଟଡାଉନ ନିୟମରେ ଖୁବଶୀଘ୍ର ନିଷ୍ପତ୍ତି ନେବେ। ଏହା ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ନିୟମକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।
ଏହା ବ୍ୟତୀତ କୋଭିଡ୍ ନିୟମ ଯେଉଁଠି କୋହଳ ହେବ ସେଠାରେ ଜନସମାଗମ ତଥା ରାଜନୀତିକ ସମାବେଶ ଏବଂ ସାମାଜିକ ସଭାଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି। ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ସପିଂ ମଲ୍ ଏବଂ ଜିମ୍ ଗୁଡିକୁ ଖୋଲିବାକୁ ସରକାର ଅନୁମତି ଦିଆଯିବା ଉଚିତ ବୋଲି ଡାକ୍ତର ମିଶ୍ର କହିଛନ୍ତି।