ନୂଆଦିଲ୍ଲୀ: ଘରେ ବସି ଏବେ କରୋନା ଟେଷ୍ଟ କରିହେବ। ନମୁନା ସଂଗ୍ରହ କରିବାର ମାତ୍ର 15 ମିନିଟରେ ଜାଣିହେବ କରୋନା ପଜିଟିଭ କି ନେଗେଟିଭ୍। ଭାରତରେ ତିଆରି ହୋଇଛି ଏପରି ପ୍ରଥମ ସ୍ୱଦେଶୀ କରୋନା କିଟ୍। ଏହାର ନାମ ରହିଛି କୋଭିସେଲ୍ପ। ଏହି ଟେଷ୍ଟିଂ କିଟକୁ ମାୟଲାବ ଡିସ୍କୋଭରୀ ସଲ୍ୟୁସନ ଲିମିଟେଡ ତିଆରି କରିଛି। ଆସନ୍ତା ସପ୍ତାହ ବେଳକୁ ଏହା ବଜାରରେ ଉପଲବ୍ଧ ହେବ।
ଔଷଧ ଦୋକାନ ବ୍ୟତୀତ ଅନଲାଇନ୍ ସପିଂ ସାଇଟରେ ମଧ୍ୟ ଏହି କିଟ୍ ଉପଲବ୍ଧ ହେବ। ଏହାର ଦାମ 250 ଟଙ୍କା ରହିଛି। ଗତକାଲି ଆଇସିଏମଆର ଏହି କିଟକୁ ଅନୁମୋଦନ ଦେବା ପରେ ବଜାରରେ ଏହି କିଟ୍ ମିଳିବା ରାସ୍ତା ସଫା ହୋଇଥିଲା।