?????

ଟିକା ଉପରୁ ଜିଏସଟି ଛାଡ଼ ହେବନି: ସୀତାରମଣ

ନୂଆଦିଲ୍ଲୀ: କରୋନା ଟିକା ଉପରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ସମ୍ପୂର୍ଣ୍ଣ ଛାଡ ଦାବି ଉପରେ ଜବାବ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପିଏମଓକୁ ଟିକା ଏବଂ କରୋନା ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ ଅପିଲ କରିବା ପରେ ରବିବାର ସୀତାରମଣ ସିରିଜ ଟ୍ୱିଟ୍ କରି ଜବାବ ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ଜିଏସଟି ଛାଡ କରାଯାଏ ତେବେ ଟିକା ଉତ୍ପାଦନକାରୀମାନେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟର ଲାଭ ପାଇପାରିବେ ନାହିଁ। ଏମିତି ହେଲେ ଖାଉଟି ଟିକା ଦର ଅଧିକ ଦେବେ। ତେଣୁ ଅର୍ଥମନ୍ତ୍ରୀଙ୍କ ମତରେ ଜିଏସଟି ଟିକା ଘରୋଇ ଉତ୍ପାଦକଙ୍କ ସ୍ୱାର୍ଥ ତଥା ନାଗରିକଙ୍କ ସ୍ୱାର୍ଥରେ ଯୁକ୍ତିଯୁକ୍ତ।

ମନ୍ତ୍ରୀ କହିଛନ୍ତି ଯେ କୋଭିଡ ଔଷଧ ଏବଂ ଅକ୍ସିଜେନ କନସେନଟ୍ରେଟସନ ଉପରେ ଟିକା ଉପରେ ଜିଏସଟି ଯଥାକ୍ରମେ 5 ରୁ 12 ପ୍ରତିଶତ ମଧ୍ୟରେ ରହିଛି।

ନିକଟରେ ରାହୁଲ୍ ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ନିବେଦନ କରିଥିଲେ।

Related Articles

Leave a Reply

Back to top button
error: Content is protected !!