?????

‘ଖୁବ କମ ଦିନରେ ତେଲ ଦର ପୁଣି ବଢିବ ବୋଲି ଆଶଙ୍କା କରାଯାଉଛି’

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ତେଲ ଦର । ପୂର୍ବରୁ ପେଟ୍ରୋଲ ଲିଟର ପିଛା ୧୦୦ ଟପିଥିବାବେଳେ ଏବେ ୧୦୦ ଟପିଛି ଡିଜେଲ । ଗତ ୭ ଦିନରେ ପେଟ୍ରୋଲ ଲିଟର ପିଛା ୧ଟଙ୍କା ୬୨ ପଇସା ଓ ଡିଜେଲ ଲିଟର ପିଛା ୨ଟଙ୍କା ୯ ପଇସା ବୃଦ୍ଧି ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଡିଜେଲ ୧୦୦ ଟଙ୍କା ୧୦ ପଇସା ହୋଇଥିବାବେଳେ ପେଟ୍ରୋଲ ଦର ୧୦୪ ଟଙ୍କା ୧୪ ପଇସା ହୋଇଛି ।

ଗତ ବର୍ଷ ଅପ୍ରେଲ ମାସରେ ପେଟ୍ରୋଲ ଲିଟର ପିଛା ୬୮ ଟଙ୍କା ୫୫ ପଇସା ଥିଲା ଓ ଡିଜେଲ ୬୬ ଟଙ୍କା ୬୮ ପଇସା ଥିଲା । ଖୁବ କମ ଦିନରେ ତେଲ ଦର ପୁଣି ବଢିବ ବୋଲି ଆଶଙ୍କା କରାଯାଉଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାହିଁଲେ ଏହି ଦର କମିଯାଇପାରିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!