?????

ବିନା ଦେୟରେ +2 ଅଫଲାଇନ ପରୀକ୍ଷା ପାଇଁ ଆବେଦନ: CHSE

ଭୁବନେଶ୍ୱର:ଯୁକ୍ତ ଦୁଇ ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଆଜି(ଶୁକ୍ରବାର) ଠାରୁ ଅଫଲାଇନରେ ଆବେଦନ କରି ପାରିବେ । ଦିନ 2ଟା ପରେ ଆବେଦନ ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ସେଫ୍ଟେମ୍ୱର 9ରେ ଶେଷ ହେବ । ଆବେଦନ ପାଇଁ ଛାତ୍ରଛତ୍ରୀଙ୍କୁ କୌଣସି ଦେୟ (ଫି) ଦେବାକୁ ପଡବ ନାହିଁ ।

ଛାତ୍ରଛାତ୍ରୀ ମାନେ ନିଜ ନିଜର କଲେଜକୁ ଯାଇ ଅଫଲାଇନ ପରୀକ୍ଷା ନିମନ୍ତେ ଆବେଦନ କରି ପାରିବେ । ଏଥିପାଇଁ CHSE ପକ୍ଷରୁ ଏକ ଲିଙ୍କ୍ କଲେଜକୁ ପ୍ରେରଣ କରାଯାଇଛି । ଆବେଦନ ପ୍ରକ୍ରିୟା ଶେଷ ପରେ କେବେ ହେବ ପରୀକ୍ଷା ସେନେଇ ତାରିଖ ଚୂଡାନ୍ତ କରାଯିବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ବିଜ୍ଞପ୍ତି ଜାରି କରିଛି । ଏଥିରେ ଉଲ୍ଲେଖ ରହିଛି ଯେ, ଛାତ୍ରଛାତ୍ରୀ କେବଳ ପ୍ରମୁଖ ବିଷୟ ଗୁଡିକରେ ପରୀକ୍ଷା ଦେବେ । ପରୀକ୍ଷା ହୋଇଥିବା ବିଷୟର ମାର୍କକୁ ନେଇ ଧାର୍ଯ୍ୟ କରାଯିବା ଫାଇନାଲ୍‌ ଫଳାଫଳ ।

Related Articles

Leave a Reply

Back to top button
error: Content is protected !!