?????

ତିିନି ପ୍ରମୁଖ ସମସ୍ୟାର ସମାଧାନ ଦାବି କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟଙ୍କଧରଙ୍କ ଚିଠି

ଝାରସୁଗୁଡା: ଲଇକେରା ବ୍ଲକ ଆଦିବାସୀ ଅଞ୍ଚଳ। ଏଠାରେ ଲୋକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅଭିଭାବକ ପିଲାଙ୍କୁ ବାହାରେ ପଢାଇ ପାରୁ ନାହାନ୍ତି। ତେଣୁ ଏଠାରେ ଏକଲବ୍ୟ ମୋଡେଲ ଆବାସିକ ବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏ  ନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ସମସ୍ୟାର ସମାଧାନ ଦାବି କରିଛନ୍ତି ।

ସେହିପରି କିରମୀର ବ୍ଲକର ବାଗଡ଼ିହି ଠାରେ ଏକ ଜାତୀୟ କରଣ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ । ନେହେଲ ଏଠିକାରେ ଲୋକେ ବ୍ୟାଙ୍କ ସେବା ପାଇବାକୁ ଅନେକ ଦୂର ଯିବାକୁ ହେଉଛି ବୋଲି ଟଙ୍କଧର ଧର୍ମେନ୍ଦ୍ରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଓଡିଶା, ଛତିଶଗଡ, ଝାଡଖଣ୍ଡର ଲୋକମାନେ ଶିକ୍ଷା, ଚିକିତ୍ସା ଏବଂ ବ୍ୟବସାୟ ଉଦ୍ଦେଶ୍ୟରେ ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ, ବିଶାଖାପାଟନମ, ପାଟନା, ରାଞ୍ଚି ଏବଂ ଜୟପୁର ଭଳି ସହରକୁ ବିମାନ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି । ଯେହେତୁ ଏଠାରୁ ଲୋକମାନେ ବାରମ୍ବାର ଏହି ସହର ମାନଙ୍କୁ ଯିବାକୁ ପଡୁଥିବାରୁ ଉପରୋକ୍ତ ତିନୋଟି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟାଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଛନ୍ତି।

ଏଥିସହ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ବାଗଡିହିରେ ଜାତୀୟକରଣ ବ୍ୟାଙ୍କ ଖୋଲିବା ପାଇଁ ଏବଂ ବିମାନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉପରୋକ୍ତ ସହର ସହିତ ଝାରସୁଗୁଡାକୁ ଯୋଡିବା ପାଇଁ ଏବଂ ଲଇକେରା ଏକଲବ୍ୟ ମୋଡେଲ ଅବାସିକ ବିଦ୍ୟାଳୟ ପାଇଁ ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ଚିଠି କରି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!