?????
ଅଗଷ୍ଟରେ ତୃତୀୟ ଲହର ଆସିବ ଆକଳନ କଲା ଏସବିଆଇ
ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହରକୁ ପ୍ରାୟତଃ ଠିକ୍ ଭାବରେ ଆକଳନ କରିଥିଲା ଏସବିଆଇ। ଏବେ ପୁଣିଥରେ ସମାନ ଆକଳନ କରିଛି ତୃତୀୟ ଲହର ପାଇଁ। ଅଗଷ୍ଟ ମାସରେ ଏହି ତୃତୀୟ ଲହର ଆସିବ ବୋଲି ଏସବିଆଇ ତାର ରିପୋର୍ଟରେ କହିଛି। ଯଦିଓ ଦେଶରେ ଦ୍ୱିତୀୟ ଲହର ଏବେ ଦୁର୍ବଳ ହୋଇଛି ବିଭିନ୍ନ ସ୍ଥାନରେ ଅନଲକ ପ୍ରକ୍ରିୟା ଜାରି ରହିଛି। ହେଲେ ଅଗଷ୍ଟରେ ତୃତୀୟ ଲହର ଆସିବ ଏବଂ ସେପ୍ଟେମ୍ବରରେ ଏହା ପିକରେ ଛୁଇଁପାରେ ବୋଲି ଆକଳନ କରିଛି ଏସବିଆଇ।
ତେବେ ରିପୋର୍ଟ କହୁଛି ବର୍ତ୍ତମାନର ତଥ୍ୟ ଆକଳନ ଅନୁଯାୟୀ ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ଦେଶରେ ପ୍ରାୟ ୧୦ ହଜାର ମାମଲା ଥିବ। କିନ୍ତୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ପରେ ସଂକ୍ରମଣ ବଢ଼ିବ ଏବଂ ସେପ୍ଟେମ୍ବର ବେଳକୁ ଏହା ଶୀର୍ଷ ଛୁଇଁବ।