ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି, ନହେଲେ ଆମରଣ ଅନଶନ ପାଇଁ ଚେତାବନୀ
ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବି କରିବାକୁ ଦାବି। ଅଲ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ଛାତ୍ର ସଙ୍ଗଠନ ପକ୍ଷରୁ ଗୁରୁବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ସଂଗଠନର ସଭାପତି ବିଭୁ ପ୍ରସାଦ ଜେନା ଓ ବିପ୍ଳବ ପରିଡ଼ାଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ଏକ ବାଇକ୍ ରାଲି କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ।
ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚିତ ପ୍ରତିନିଧି ନଥିବାରୁ ରାଗିଂ ବଢ଼ିବାରେ ଲାଗିଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ଶିକ୍ଷାନୁଷ୍ଠାନର ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବିଭୁ ପ୍ରସାଦ ଜେନା କହିଛନ୍ତି ଯେ, ବାରମ୍ବାର ଦାବି ଓ ପ୍ରତିବାଦ ସତ୍ତ୍ୱେ ଏଯାଏ ଆମର ଦାବି ପୂରଣ ନହେବା ବାସ୍ତବରେ ଦୁଃଖଦାୟକ। କଲେଜ ସମୟରେ ଜଣେ ଛାତ୍ରନେତା ହୋଇ ମଧ୍ୟ ମନ୍ତ୍ରୀ ନିଜେ ଆମ ଦାବି ପ୍ରତି କାନ ଦେଉ ନାହାନ୍ତି। ଛାତ୍ରନେତା ଓ ପ୍ରତିନିଧିମାନେ ନିଜ କଲେଜର ଉନ୍ନତି ପାଇଁ କାମ କରିବା ସହ ଭିତ୍ତିଭୂମିର ବିକାଶ କରିପାରିବେ ବୋଲି ସେ କହିଛନ୍ତି।
ରାଗିଂ ଠାରୁ ଆରମ୍ଭ କରି ନିଶା କାରବାର ଯାଏ ବେଆଇନ କାମ କଲେଜ କ୍ୟାମ୍ପସରେ ବଢ଼ିବାରେ ଲାଗିଛି। ଏଥିପାଇଁ ଯଥାଶୀଘ୍ର ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଆବଶ୍ୟକ। ଯଥାଶୀଘ୍ର ଛାତ୍ର ସଂସଦ ନିର୍ବାଚନ କରିବାକୁ ସଂଘ ଦାବି କରିଛୁ। ଦାବି ପୂରଣ ନହେଲେ ଆମରଣ ଅନଶନରେ ବସିବେ ବୋଲି ସୂଚନା ରହିଛି।