?????

ସ୍ୱର୍ଗତ ପରିବେଶବିତ ଧ୍ରୁବ ନାୟକଙ୍କ ନାମରେ ନାମିତ ହେଲା ସହରରେ ତିଆରି ହୋଇଥିବା ଜଙ୍ଗଲ

ଝାରସୁଗୁଡା: ଜୁନ ମାସରେ  ହତ୍ୟାର ଶିକାର ହୋଇଥିବା ପରିବେଶବିତ୍ ସ୍ୱର୍ଗତ ଡକ୍ଚର ଧ୍ରୁବରାଜ ନାୟକଙ୍କ ନାମରେ ନାମିତ ହେଲା ଜିଲ୍ଲାର ଏକ ସହରୀ ଜଙ୍ଗଲ। ଝାରସୁଗୁଡା ଜଙ୍ଗଲ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଗଛ ଲଗାଇ ସବୁଜ ବଳୟ ତିଆରି କରିବାରେ ସ୍ୱର୍ଗତ ଡକ୍ଚର ଧ୍ରୁବରାଜଙ୍କର ଅନେକ ଅବଦାନ ରହିଛି।

ଗୁରୁବାର ସନ୍ଧ୍ୟାରେ ଆରସିସିଏଫ୍ ଚିତ୍ତରଂଜନ ମିଶ୍ର ଏବଂ ଜିଲ୍ଲା ଡିଭିଜନାଲ ବନ ଅଧିକାରୀ ଲଳିତ କୁମାର ପାତ୍ର ତଥା ମୁଖ୍ୟ ବନ ସଂରକ୍ଷଣକାରୀ (ପିସିସିଏଫ୍) ତଥା ବନବିଭାଗର ମୁଖ୍ୟ ଶୀଶୀର କୁମାର ରାଠୋ ଏହି ସହରୀ ଜଙ୍ଗଲକୁ ଉଦଘାଟନ କରିଥିଲେ।

ଜିଲ୍ଲା ପ୍ରଶାସନ ସହର ଭିତରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ଏକ ଇକୋ ପାର୍କ ପ୍ରସ୍ତୁତ କରିଛି। 5 ଏକର ଜମିରେ ଜାପାନର ମିଆଓ୍ୱାକି ପ୍ରଣାଳୀରେ ଜଙ୍ଗଲ ସୃଷ୍ଟି କରାଯାଇଛି। ଏହି ପ୍ରଣାଳୀରେ 10 ଗୁଣା ଦ୍ରୁତ ଗତିରେ ବୃକ୍ଷରୋପଣ ତିଆରି ହେଉଥିବା ବେଳେ 30 ଗୁଣ ଅଧିକ ଘନ ଜଙ୍ଗଲ ସୃଷ୍ଟି କରାଏ। ବନ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ 5 ଏକର ଜମିରେ 16,000 ରୁ ଅଧିକ ସ୍ୱଦେଶୀ ପ୍ରଜାତିର ଚାରା ରୋପଣ କରାଯିବ।

ଝୀରସୁଗୁଡା ଡିଭିଜନାଲର ବନ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି, “ଜଙ୍ଗଲ ଏବଂ ପରିବେଶ ସଂରକ୍ଷଣରେ ତାଙ୍କର ନିଃସ୍ୱାର୍ଥପର ଅବଦାନ ଯୋଗୁଁ ଆମେ ପ୍ରଫେସର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଥିଲୁ। ତେଣୁ ମୁଁ ଆଶା କରୁଛି ଯେ ଏହା ନିଶ୍ଚିତ ଭାବରେ ଆଗାମୀ ପିଢୀକୁ ଏକ ଭଲ କାମ କରିବାକୁ ତଥା ସମାଜର ହିତ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ।”

ସୂଚନାଯୋଗ୍ୟ, ପ୍ରଫେସର ଡକ୍ଟର ଧ୍ରୁବ ରାଜ ନାୟକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଥିଲେ। ଯିଏ ଝାରସୁଗୁଡାରେ ଜଙ୍ଗଲ ସଂରକ୍ଷଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ କହୁଥିଲେ ଯେ ଜଙ୍ଗଲ ସଂରକ୍ଷଣ ହେଉଛି ପ୍ରତ୍ୟେକ ଗ୍ରାମବାସୀଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ଏଭଳି କାମ କରିବା ପାଇଁ ଏକ ସଂଗଠନ ମଧ୍ୟ ଗଢ଼ିଥିଲେ।

Related Articles

Leave a Reply

Back to top button
error: Content is protected !!