?????

ହୀରାକୁଦର ଆଉ ଦୁଇଟି ସୁଇଜ ଗେଟ୍ ବନ୍ଦ ହେଲା

ସମ୍ବଲପୁର: ଜଳଭଣ୍ଡାରେ ଜଳସ୍ତର କମୁଥିବାରୁ ହୀରାକୁଦ ଜଳଭଣ୍ଡାରର 2ଟି ସୁଇଜ ଗେଟ୍ ବନ୍ଦ କରାଯାଇଛି। ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ବର୍ଷା କରିଥିବାରୁ ଜଳସ୍ତର ହ୍ରାସ ପାଇଥିବା ସୂଚନା ରହିଛି।

ଏବେ ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ 1 ଲକ୍ଷ 799 କ୍ୟୁସେକ ପାଣି ପ୍ରବେଶ କରୁଛି। 2ଟି ଗେଟ୍ ବନ୍ଦ ହେବା ପରେ ଏବେ 12ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। 28 ତାରିଖରେ 14ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ହେଲେ ଉପରମୁଣ୍ଡରେ ବର୍ଷା କମିବା ପରେ କର୍ତ୍ତୃପକ୍ଷ 2ଟି ସୁଇଜ ଗେଟ୍ ବନ୍ଦ କରି ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!