?????

ବିଜେଡ଼ି କାର୍ଯ୍ୟାଳୟରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ସଭା

ଝାରସୁଗୁଡ଼ା: ରବିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ କାଳି ମନ୍ଦିର ରୋଡ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟ ଠାରେ ନଗର ସଭାପତି ଶ୍ରୀଯୁକ୍ତ ସନ୍ଦୀପ ଅଵସ୍ତୀଙ୍କ ସଭାପତିତ୍ୱରେ ସ୍ଵର୍ଗୀୟ ଗିରିଷ ରଞ୍ଜନ ପଣ୍ଡା , ସ୍ଵର୍ଗୀୟ ମହେଶ ପାଣ୍ଡେ , ସ୍ଵର୍ଗୀୟ ମନବୋଧ ବେସନ , ସ୍ବର୍ଗିୟ ସୁବାଷ ଧଳ ,ଏବଂ ସ୍ଵର୍ଗୀୟ ଜି ଶେଖର ରାଓଙ୍କର ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ଯାଇଅଛିl

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜିଲ୍ଲା ସଭାପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଉପସ୍ତିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଦୁଇ ମିନଟ ନିରବ ପାର୍ଥନା କରି ଥିଲେl

ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ତାପସ ରାୟ ଚୌଧୁରୀ , ରବି ସିଂଘ,ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ର , ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ତ୍ରିନାଥ ଗୁଆଲ , ପୁର୍ବତନ ପୌରାଧ୍ୟକ୍ଷ ଶ୍ରୀ ହରିଶ ଗଣତ୍ରା, ପିଣ୍ଟୁ ପାଢ଼ୀ , ଜିଲ୍ଲା ବିଜେଡି ଜୁବ ସଭାପତି ଶ୍ରୀ ପ୍ରଶାନ୍ତ ଜେନା , ଜିଲ୍ଲା ବିଜେଡ଼ି ଏସ ସି ସେଲ ସଭାପତି ଜୟ ପ୍ରକାଶ କୁଅଁର ,ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟ ସମ୍ପାଦକ ଶ୍ରୀ ତୁଳସୀ ପ୍ରସାଦ ଦାସ , ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ପଳାଶ କର୍ମକାର , ଶଶୀଭୂଷଣ ତୀଵାରୀ , ନନ୍ଦଲାଲ ପଟେଲ , ଅରବିନ୍ଦ ବାରିକ, ସୁରୁ ମହାପାତ୍ର , ତପନ ପାଣ୍ଡେ ବିଶ୍ଵାସ ମହାପାତ୍ର ଆଦି ଉପସ୍ତିତ ରହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେl

Related Articles

Leave a Reply

Back to top button
error: Content is protected !!