କାରଖାନାରେ ନିଆଁ ଲାଗି 17 ଜୀବନ୍ତ ଦଗ୍ଧ, 10ରୁ ଅଧିକ ଏବେ ବି ନିଖୋଜ

0
164

ପୁଣେ: ସୋମବାର ଅପରାହ୍ନରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଥିବା ଏକ ସାନିଟାଇଜର ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ 17 ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା। କମ୍ପାନୀର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ 3.30 ସମୟରେ ପିରଙ୍ଗାଟ ଗାଁ ନିକଟ ଏମଆଇଡିସି ଅଞ୍ଚଳରେ ଅବସ୍ଥିତ ଏକ ଘରୋଇ କାରଖାନାରେ ଏହି ଘଟଣା ଘଟିଛି। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ କାରଖାନାର କର୍ମଚାରୀମାନେ ସେଠାରୁ ଯିବାକୁ ସୁଯୋଗ ପାଇଲେ ନାହିଁ ଏବଂ ସେଠାରେ କାମ କରୁଥିବା ଅନେକ ଲୋକ ଫାଶି ହୋଇଯାଇଥିଲେ।

ପୁଣେ ଗ୍ରାମୀଣ ପୋଲିସ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଅତି କମରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 10 ଜଣ କର୍ମଚାରୀ ନିଖୋଜ ଥିବା ଆଶଙ୍କା ରହିଛି। କେହି କେହି କହୁଛନ୍ତି ନିଆଁର ଆଁରେ ଏହି 10 ଜଣ ପାଉଁଶ ହୋଇଯାଇଥାଇ ପାରନ୍ତି।