?????

ପୂଜା ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା 21 ତାରିଖରୁ ଖୋଲିବ ଏକାଦଶ ଓ 25 ରୁ ଖୋଲିବ ଅଷ୍ଟମ ଶ୍ରେଣୀ‌। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି  ବୋଲି ମନ୍ତ୍ରୀ ସୀମର ରଂଜନ ଦାସ କହିଛନ୍ତି ।

ବର୍ତ୍ତମାନ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇନଥିବା ମନ୍ତ୍ରୀ କହିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ଅଷ୍ଟମ ଶ୍ରେଣୀ କ୍ଲାସ ସକାଳ 9 ଟାରୁ ମଧ୍ୟାହ୍ନ 12ଟା 30 ଯାଏ ଚାଲିବ। ସେହିଭଳି ଏକାଦଶ ଛାତ୍ର ଛାତ୍ରୀଙ୍କ ପାଇଁ କ୍ଲାସ୍ ସମୟ ସକାଳ 10ରୁ ଅପରାହ୍ନ 1ଟା 30 ରହିଛି।

ତେବେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ ଏବଂ ଛାତ୍ରମାନେ ସେମାନଙ୍କର ଅଭିଭାବକଙ୍କ ପରାମର୍ଶରେ ଅଫଲାଇନ୍ କ୍ଲାସରେ ଯୋଗ ଦେଇପାରିବେ। ବିଜ୍ଞପ୍ତିରେ କୁହାଯାଇଛି ଯେ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କୁ କୌଣସି ରନ୍ଧା ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। କେବଳ ଶୁଖିଲା ରାସନ ଛାତ୍ରମାନଙ୍କୁ ପ୍ରଦାନ କରାଯିବ।

ବିଜ୍ଞପ୍ତି ଅନୁଯାୟୀ, ସ୍କୁଲ ଖୋଲିବା ଦିନ ଠାରୁ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ଖୋଲାଯିବ ଏବଂ ସମସ୍ତ କୋଭିଡ ପ୍ରୋଟୋକଲ ଏବଂ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯିବ। ତଥାପି, ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ।

Related Articles

Leave a Reply

Back to top button
error: Content is protected !!