?????

ମମିତା ମେହେରଙ୍କୁ ନ୍ୟାୟ ଦାବି, ବିଜେପି ପାଳିଲା 8 ଘଂଟିଆ ବନ୍ଦ

ଝାରସୁଗୁଡା: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବି କରି ଝାରସୁଗୁଡା ବିଜେପି ବନ୍ଦ ପାଳନ କରିଛି। 8 ଘଣ୍ଟିଆ ବନ୍ଦ ପାଳନ କରି ବିଜେପି। ଏହି ସମୟରେ ଦୋକାନ ବଜାର ଆଦି ବନ୍ଦ ରହିଥିଲା। ଏହି ହତ୍ୟା ମାମଲାରେ ବିଜେପି ସିିବିଆଇ ତଦନ୍ତ ଦାବି କରିବା ସହିତ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି।

ଝାରସୁଗୁଡା ଜିଲ୍ଲାର ବେଲପାହାଡ, ବ୍ରଜରାଜନଗର, କୋଲାବିରା, କିର୍ମିରା, ଲଖନପୁର, ଲାଇକେରା ଆଦି ସ୍ଥାନରେ ବିଜେପି ପିକେଟିଂ କରିଥିଲା। ତେଣୁ ଦୋକାନ ବଜାନ ବନ୍ଦ ରହିବା ସହିତ ଯାତାୟତ ପ୍ରଭାବିତ ହୋଇଥିଲା।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି, “ଏପର୍ଯ୍ୟନ୍ତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟାଶକର ମିଶ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ନିଜେ ଚୁପ୍ । ଯାହା ଏହି ମାମଲାକୁ ଅଧିକ ସନ୍ଦେହଜନକ କରିଛି । ଏହି ପ୍ରସଙ୍ଗରେ ଅନେକ ମନ୍ତ୍ରୀ ଓ ଅଧିକାରୀ ସାମିଲ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ ମୋ ସରକାରର ନାରା ଦେଉଛନ୍ତି ହେଲେ ମମିତା କଣ ଆପଣଙ୍କ ପରିବାରର ନୁହେଁ । ଥରୁଟିଏ ମୁଖ୍ୟମନ୍ତ୍ରୀ ମମିତାଙ୍କ ପାଇଁ ପଦୁଟିଏ କିଛି କହି ନାହାନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ହଟାଇ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେପି ଦଳ ଦାବି କରୁଛି। ”

Related Articles

Leave a Reply

Back to top button
error: Content is protected !!