ଶ୍ରମିକଙ୍କ ମୃତ୍ୟୁ ପରେ ବେଦାନ୍ତ କମ୍ପାନୀ ଆଗରେ ଉତ୍ତେଜନା

0
80

ଝାରସୁଗୁଡା: ଜଣେ 36 ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ପରେ ବେଦାନ୍ତ କମ୍ପାନୀ ଆଗରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ କମ୍ପାନୀର ଫାଟକ ବନ୍ଦ କରିଦେବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ମୃତକ ଜଣଙ୍କ ହେଉଛନ୍ତି ସୁମନ୍ତ ବଧେଇ। ବୟସ 36 । ତାଙ୍କ ଘର ଭୁର୍ଖାମୁଣ୍ଡା । ସେ ବେଦାନ୍ତ କମ୍ପାନୀର 1 ନମ୍ବର ପ୍ଲାଣ୍ଟରେ ଜଣେ ଚୁକ୍ତିଭିତ୍ତିକ ମେଣ୍ଟେନାନ୍ସ ଶ୍ରମିକ ଭାବରେ କାମ କରୁଥିଲେ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳେ ମୃତକ ଜଣଙ୍କ ସକାଳେ ଜଳଖିଆ ଖାଇବାକୁ ଆସିଥିଲେ। ଏହି ସମୟରେ ସେ ହଠାତ୍ ତଳେ ପଡିଯାଇଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜକୁ ନିଆଯାଇଥିଲା। ଆଉ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ମିଲିଥିବା ସୂଚନା ଅନୁଯାୟୀ କମ୍ପାନୀ ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଅନ୍ତେଷ୍ଟି ପାଇଁ 1 ଲକ୍ଷ ଦେବ ବୋଲି ନିଷ୍ପତ୍ତି ନେଇଛି।