?????

ହତ୍ୟା ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ୍

ରାୟପୁର: ୨୦୧୬ ମସିହାରେ ଜଣେ ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରିବା ମାମଲାରେ ଛତିଶଗଡ ହାଇକୋର୍ଟ ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହି ହତ୍ୟା ମାମଲାରେ ଛତିଶଗଡର ରାୟଗଡ ଜିଲ୍ଲାର ଏକ କୋର୍ଟ ପୂର୍ବତନ ବିଧାୟକଙ୍କୁ ଚଳିତ ବର୍ଷ ଏପ୍ରିଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ରାୟଗଡ କୋର୍ଟ ଏହି ମାମଲାରେ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରିସାରିଥିଲେ।

୨୦୧୬ ମସିହାରେ ଛତିଶଗଡର ରାୟଗଡ ଜିଲ୍ଲାର ହମିରପୁର ଜଙ୍ଗଲରେ କଳ୍ପନା ଦାସ ଏବଂ ତାଙ୍କ ନାବାଳିକା ଝିଅକୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ଏବଂ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଏହି ହତ୍ୟା ମାମଲାରେ ଛତିଶଗଡ ପୋଲିସ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା। ପୋଲିସର ସୂଚନାନୁସାରେ, ପୂର୍ବତନ ବିଧାୟକ କଳ୍ପନାଙ୍କ ସହ ସମ୍ପର୍କ ରଖିଥିଲେ। ସେ କଳ୍ପନା ଏବଂ ତାଙ୍କ ଝିଅଙ୍କ ସହ ଭୁବନେଶ୍ୱରର ଏକ କୋଠାରେ ରହିଥିବାର ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଛତିଶଗଡ ପୋଲିସ ତଦନ୍ତ କରିବାର ବର୍ଷ ପରେ ପୋଲିସ ମୃତକଙ୍କ ପରିଚୟ ପାଇଥିଲା। ଆଉ ଗିରଫ କରିଥିଲା ଅନୁପ ସାଏଙ୍କୁ। ଅନୁପ ସାଏ କଂଗ୍ରେସରୁ ବିଧାୟକ ହୋଇଥିଲେ। ପରବର୍ତୀ ସମୟରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏହି ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!