କୋଭିଡ ମୁକାବିଲାର ସମୀକ୍ଷା କଲେ ମନ୍ତ୍ରୀ ନବ ଦାସ

0
340

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ଜିଲ୍ଲାରେ କୋଭିଡ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଭଡିଓ କନଫରେନସିଂ ଜରିଆରେ ମନ୍ତ୍ରୀ ନବ ଦାସ କୋଭିଡ୍ ଟେଷ୍ଟ ସଂଖ୍ୟା, ସଂକ୍ରମିତ ସଂଖ୍ୟା, ଆରୋଗ୍ୟ ହାର, ମୃତ୍ୟୁ ହାର ଇତ୍ୟାଦିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ନବ ଦାସ। ଟେଷ୍ଟ ସଂଖ୍ୟାକୁ ବଢ଼ାଇବା ପାଇଁ ଜିଲ୍ଲାରେ ଏକ ଆରଟିପିସିଆର ମେସିନ୍ ଔଷଧ ନିଗମକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ ଚିକିତ୍ସାରେ ନିୟୋଜିତ ଥିବା ଆବଶ୍ୟକ ସ୍ୱାସ୍ଥ୍ୟ କର୍ମୀଙ୍କ ବାବଦରେ ପଚାରି ବୁଝିଛନ୍ତି। ଡାକ୍ତର, ନର୍ସ କିମ୍ୱା ପାରାମେଡିକାଲ ଷ୍ଟାଫ୍ ବାବଦରେ ମଧ୍ୟ ପଚାରି ବୁଝିଛନ୍ତି ମନ୍ତ୍ରୀ ନବ ଦାସ। ଯଦି ଆବଶ୍ୟକ ଥିବ ତାହେଲେ ଜିଲ୍ଲାପାଳ ଡିଏମଏଫ ଏବଂ ସିଏସଆର ପାଣ୍ଠିକୁ ବ୍ୟବହାର କରି ଆବଶ୍ୟକ ପଦବୀ ପୂରଣ କରିପାରିବେ ବୋଲି ମନ୍ତ୍ରୀ ଦାସ କହିଛନ୍ତି।

ଏହାବାଦ ଜିଲ୍ଲାରେ 20ଟି ଭେଣ୍ଟିଲେଟର ଥିବା ବେଡ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀଘ୍ର ଏହାର ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଛନ୍ତି। ସେହିପରି ବନ୍ଧବାହାଲଠାରେ ସମ୍ ହସ୍ପିଟାଲ ସହିତ ଚୁକ୍ତି ଅନୁଯାୟୀ ହେବାକୁ ଥିବା କୋଭିଡ ହସ୍ପିଟାଲ ଜୁନ୍ 15 ସୁଦ୍ଧା କାର୍ଯ୍ୟକ୍ଷମ କିଭଳି ହେବ ସେ ନେଇ ଗୁରୁତ୍ୱ ଦେବାକୁ କହିଛନ୍ତି ଶ୍ରୀଯୁକ୍ତ ଦାସ। ଏଥିସହ ଜିଲ୍ଲାର ହସ୍ପିଟାଲ ଏବଂ ନର୍ସିଂ ହୋମରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି।